Home ଜିଲ୍ଲା ପରିକ୍ରମା ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଅଷ୍ଟାଦଶ ସ୍ମୃତି ଶ୍ରଦ୍ଧାଞ୍ଜଳି : ଇତିହାସକୁ ଲୋକପ୍ରିୟ କରିବା ଦିଗରେ ଡ....

ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଅଷ୍ଟାଦଶ ସ୍ମୃତି ଶ୍ରଦ୍ଧାଞ୍ଜଳି : ଇତିହାସକୁ ଲୋକପ୍ରିୟ କରିବା ଦିଗରେ ଡ. ଜଗନ୍ନାଥ ପଟ୍ଟନାୟକଙ୍କ ଅବଦାନ ସ୍ମରଣୀୟ

112

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱରେ ସଂସ୍କୃତି ଓ ସଭ୍ୟତାର ଜ୍ୱଳନ୍ତ ପ୍ରତୀକ ଭାବେ ଇତିହାସର ଭୂମିକା ଯୁଗେ ଯୁଗେ ଅତୁଳନୀୟ । ସାମାଜିକ ଜୀବନର ପ୍ରତିଫଳନକୁ ତୋଳି ଧରିବାରେ ଐତିହାସିକ ମାନଙ୍କର ଯେଉଁ ଅବଦାନ ତାହା ଜନଜୀବନରେ ଚିରକାଳ ସ୍ମରଣୀୟ । ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଜୀବଦ୍ଦଶାରେ ନିଜକୁ ଇତିହାସ ଭିତ୍ତିକ ରଚନା ସୃଷ୍ଟିରେ ନିୟୋଜିତ କରି ଚିରନମସ୍ୟ ହୋଇଛନ୍ତି ବୋଲି, ତାଙ୍କ ଅଷ୍ଟାଦଶତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ଐତିହାସିକ ଓ ଗବେଷକମାନେ ମତ ପ୍ରକାଶ କରିଛନ୍ତି । ଭଦ୍ରକ ପୂଜ୍ୟପୂଜା ସଂସଦ ପକ୍ଷରୁ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ସମାରୋହରେ ପୂଜ୍ୟପୂଜା ସଂସଦର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ସହସଂପାଦକ ପ୍ରକୃତିବଂଧୁ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ଆବାହନ କରିଥିବା ବେଳେ ସମ୍ପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ସାହିତ୍ୟିକ ଶ୍ରୀଯୁକ୍ତ ପବିତ୍ର ପାଣିଗ୍ରାହୀ ଯୋଗଦେଇ ଡ. ପଟ୍ଟନାୟକ ଜଣେ ଉତ୍ତମ ଓ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ଯେପରି ପରିଚିତ ଥିଲେ, ସେହିପରି ମଧ୍ୟ ଇତିହାସ ପାଠ୍ୟପୁସ୍ତକ ରଚନାରେ ତାଙ୍କ ଭଳି ନିଷ୍ଠାପର ଲେଖକ ଓଡ଼ିଶାରେ ବିରଳ ବୋଲି କହିଥିଲେ । ସମ୍ମାନିତ ବକ୍ତା ଭାବେ ‘ତ୍ୟାଗଭୂମି’ର ସଭାପତି ଶ୍ରୀଯୁକ୍ତ ଅଜୟ ନାୟକ ଯୋଗଦେଇ କହିଲେ ଯେ ଯେଉଁ ଜାତି ଇତିହାସ ପ୍ରତି ସଚେତନ ନୁହେଁ ସେହି ଜାତିର ଜନସାଧାରଣ ସକଳ ବିଷୟରେ ଅଜ୍ଞ ହୋଇ ରହିଯାଆନ୍ତି । ସେ ଦୃଷ୍ଟିରୁ ଗବେଷକ ପଟ୍ଟନାୟକ ବହୁ ଅଜ୍ଞାତ ତଥ୍ୟକୁ ଆଲୋକକୁ ଆଣିଥିବା ଆନନ୍ଦର ବିଷୟ । ତାଙ୍କ ଦ୍ୱାରା ଲିଖିତ ବହୁ ଅନାଲୋଚିତ ତଥ୍ୟ ଆଲୋକକୁ ଆସିପାରିଥିବା ଯୋଗୁଁ, ସେ ସବୁକୁ ଆଧାରକରି ଗବେଷକମାନେ ଅଧିକ ଆଲୋଚନା କରିବା ପାଇଁ ସକ୍ଷମ ହୋଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡ. ରାମଚନ୍ଦ୍ର ପଣ୍ଡା, ଅବନୀ ପ୍ରଧାନ, ହରମୋହନ କୁଅଁର, କାଳନ୍ଦୀ ମଲ୍ଲିକ, ଅରୂପାନନ୍ଦ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ପଙ୍କଜ କୁମାର ବଳ, ଦୁଃଶାସନ ମହାନ୍ତି, ମନୋଜ କୁମାର ଦାସ, ସଂଗ୍ରାମ ସାହୁ ପ୍ରମୁଖ ଉତ୍ସବ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଭଦ୍ରକ ଜିଲ୍ଲାରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.