ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡିର ଏøତିହାସିକ କାଳିମେଘା ମେଳନ ଶାନ୍ତି, ଶୃଙ୍ଖଳାରେ ତଥା ସରକାରୀ ଗାଇଡ ଲାଇନରେ ପାଳନ ଲାଗି ଆଜି ଭଦ୍ରକ ଏସ୍ପି ମନୋଜ କୁମାର ରାଉତଙ୍କ କାର୍ଯ୍ୟାଳୟରେ ମେଳନ କମିଟି କାର୍ଯ୍ୟାକର୍ତାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସ୍ପି ଶ୍ରୀ ରାଉତ ଆସନ୍ତା ୩ତାରିଖରେ ଅନୁଷ୍ଠିତ ହେବାକୁ ଥିବା କାଳିମେଘା ମେଳନରେ ଡିଜେ ବ୍ୟବହାରକୁ ବନ୍ଦ କରିବାକୁ ମେଳଣ କମିଟି, ଠାକୁରଙ୍କ ସେବାୟତ ମାନଙ୍କୁ ସ୍ପଷ୍ଟ କରିଥିଲେ । ଜିଲ୍ଲାରେ ଅନ୍ୟାନ୍ୟ ମେଳଣରେ ବି ଡିଜେ ବ୍ୟବହାରକୁ ବନ୍ଦ କରାଯାଇଥିବା ବେଳେ କାଳିମେଘାରେ ଏହା ବନ୍ଦ କରିବାକୁ ଏସ୍ପି ମେଳନ କମିଟି କାର୍ଯ୍ୟକର୍ତାଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଶିଶୁ, ବୃଦ୍ଧ-ବୃଦ୍ଧା ଓ ରୋଗଗ୍ରସ୍ତ ବ୍ୟକ୍ତି ସର୍ବୋପରି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା, ଡିଜେ ଦୁର୍ଘଟଣା ଯୋଗୁଁ ହେଉଥିବା ଧନଜୀବନ ହାନୀରୁ ବର୍ତିବା ତଥା ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଲାଗି ବିମାନ ଶୋଭାଯାତ୍ରାରେ ଡିଜେ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପୂର୍ବରୁ କାଳିମେଘା ଓ ମୁକୁନ୍ଦପୁର ଗ୍ରାମ୍ୟ କମିଟି ପକ୍ଷରୁ ମେଳନ କମିଟି, ଜିଲ୍ଲା ଓ ସ୍ଥାନୀୟ ପୋଲିସ ପ୍ରଶାସନ ନିକଟରେ ଆଗତ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା। ଏପରିକି ଡିଜେ ବ୍ୟବହାର କରିବାକୁ ଅପଚେଷ୍ଟା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ବାଧ୍ୟ ହେବ ବୋଲି ବୈଠକରେ ଏସ୍ପି ଶ୍ରୀ ରାଉତ ସ୍ପଷ୍ଟ କରିଥିଲେ । ଆଜିର ଏହି ବୈଠକରେ ମେଳନ କମିଟିର ସ୍ଥାୟୀ ସଭାପତି ବାଣୀକଲ୍ୟାଣ ମହାପାତ୍ରଙ୍କ ଅସୁସ୍ଥତା କାରଣରୁ ତାଙ୍କ ପ୍ରତିନିଧି ଭାବେ ଉମାକଲ୍ୟାଣ ମହାପାତ୍ର, ସମ୍ପାଦକ ଗଣେଶ ପ୍ରସାଦ ନାୟକଙ୍କ ସମେତ ମେଳଣ କମିଟିର ପ୍ରମୁଖ କାର୍ଯ୍ୟକର୍ତା-ସୁରେଶ ଚନ୍ଦ୍ର ମହାପାତ୍ର, ଅପୂର୍ବ ଦାସ, କୀର୍ତନ ନାରାୟଣ ରାଉତ ଓ ନିର୍ମଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Home ଜିଲ୍ଲା ପରିକ୍ରମା ଐତିହାସିକ କାଳିମେଘା ମେଳନ ପାଳନ ଲାଗି ଏସ୍ପିଙ୍କ ସହ ମେଳନ କମିଟିର ବୈଠକ,”ଡିଜେ ବ୍ୟବହାର ନିଷିଦ୍ଧ...








