Home ଜିଲ୍ଲା ପରିକ୍ରମା ଏ. ଆଇ.ଏସ.ଏଫ ୯୦ତମ ପ୍ରତିଷ୍ଠା ଦିବସ ପାଳିତ

ଏ. ଆଇ.ଏସ.ଏଫ ୯୦ତମ ପ୍ରତିଷ୍ଠା ଦିବସ ପାଳିତ

21

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତାର ଅଗ୍ନିଗର୍ଭରୁ ଜନ୍ମ ନେଇଥିବା, ଛାତ୍ର-ଯୁବ ଅଧିକାର ଆନ୍ଦୋଳନର ଅଗ୍ରଦୁତ ତଥା ଦେଶର ପ୍ରଥମ ଛାତ୍ରସଙ୍ଘ ଅଖିଳ ଭାରତ ଛାତ୍ରସଙ୍ଘର ୯୦ତମ ପ୍ରତିଷ୍ଠା ଦିବସ ନଳଗୋହିରା ଶିକ୍ଷା ବିକାଶ ମଂଚ ପରିସରରେ ଐତିହାସିକ ଗାରିମାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ପରିଡ଼ା ଏ. ଆଇ. ଏସ. ଏଫ ର ସଂଗ୍ରାମ, ବଳିଦାନ ଓ ବିଜୟର ପ୍ରତୀକ ଲାଲ ପତାକା ଉତୋଳନ କରିଥିଲେ। ଜିଲ୍ଲା ସଂପାଦକ ଅମରେଶ ପରିଡାଙ୍କ ଅଧ୍ୟକ୍ଷତାରେ “୯୦ ବର୍ଷର ଏ.ଆଇ.ଏସ.ଏଫ: ଇତିହାସ, ବର୍ତମାନ, ଓ ଭବିଷ୍ୟତ’ ନାମକ ଏକ ଶୀର୍ଷକରେ ବିଚାର-ଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏ.ଆଇ. ଏସ. ଏଫ ପୂର୍ବତନ ରାଜ୍ୟ ସମ୍ପାଦକ ଗୌରହରି ମିଶ୍ର ଯୋଗଦେଇ ଶାନ୍ତି, ପ୍ରଗତି ଓ ବୈଜ୍ଞାନିକ ସମାଜବାଦ ପ୍ରତିଷ୍ଠାର ସଂକଳ୍ପ ପାଇଁ ଉଦବୋଧନ ଦେଇଥିଲେ ବକ୍ତାମାନେ ଏ. ଆଇ. ଏସ. ଏଫ ର ସ୍ଥାପନା ସମୟରେ ସ୍ୱାଧୀନତା ସଂଗ୍ରାମରେ ତାହାର ଅବଦାନ, ଶିକ୍ଷା, ଏକତା ଓ ସଂଗ୍ରାମର ପଥରେ ଏହାର ଅବିରତ ଯାତ୍ରାକୁ ଉଲ୍ଲେଖ କରିଥିଲେ। ଫସିବାଦ , ଅସମାନତା ଓ ଶୋଷଣ ବିରୋଧରେ ଲଢ଼େଇ କୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.