ଅଙ୍କ କିମ୍ବା ଗଣିତ କଷିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଶିକ୍ଷକମାନେ ନିଜ ନିଜର ଢଙ୍ଗରେ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ଦେଇଥାନ୍ତି। ଅନେକ ସମୟରେ ବିଭିନ୍ନ କୌଶଳରେ ସହଜିଆ ଶିକ୍ଷା ଦିଆଯାଇଥାଏ। ଏଥି ମଧ୍ୟରୁ ଏହା ମଧ୍ୟ ଗୋଟିଏ ଉପାୟ, ବୋଧ ହୁଏ ଆପଣ ଜାଣି ନଥାଇପାରନ୍ତି। କିନ୍ତୁ ଏହି ଉପାୟ ମଧ୍ୟ ଆପଣ ଶିଖାଇପାରିବେ କିମ୍ବା ଜାଣିପାରିବେ। ହୁଏତ ଏହାଠାରୁ ଭଲ ନୂଆ ଉପାୟ ଆପଣଙ୍କ ପାଖରେ ଥାଇପାରେ…. କିନ୍ତୁ ଏହା ମଧ୍ୟ ଦେଖି ନିଅନ୍ତୁ।
ଏହି ଅଙ୍କରେ ୩୧୨ x ୪ ର ଉତ୍ତର ଲେଖିବାକୁ ହେବ। ଏହି ଉପାୟ ସବୁଠାରୁ ଭଲ ବୋଲି ଆମେ କହୁନାହୁଁ। କାରଣ ଏହା ହୁଏତ ଆଫଣଙ୍କୁ ସହଜ ଲାଗୁନଥାଇପାରେ। କିନ୍ତୁ, ଏହା ମଧ୍ୟ ଏକ ଉପାୟ। ଏଥିରେ ଦେଖନ୍ତୁ ଧଳାପଟାରେ ୩୧୨ ଗୁଣନ ୪ ଲେଖା ହୋଇଛି। ଅର୍ଥାତ୍ ୩, ୧, ୨ ଗୁଣନ ୪। ତେଣୁ ଜଣେ ଶିକ୍ଷକ ପ୍ରଥମେ ତିନୋଟି ଦଣ୍ଡାୟମାନ ଗାର ପରେ କିଛି ସ୍ଥାନଛାଡ଼ି ଗୋଟିଏ ଏବଂ ଏହାପରେ ଦୁଇଟି ଗାର ଦଣ୍ଡାୟମାନଭାବରେ ଟାଣୁଛନ୍ତି। ଅର୍ଥାତ୍ ୩,୧,୨ ଟି ଦଣ୍ଡାୟମାନ ଗାର। ଏହାପରେ ଏହା ଉପରେ ଭୁସମାନ୍ତରାଳ ଗାର ୪ଟି ଟାଣୁଛନ୍ତି। ପରବର୍ତ୍ତି ସମୟରେ ରେଖା ଗୁଡ଼ିକରୁ ଉତ୍ପନ୍ନ ବିନ୍ଦୁକୁ ଗଣି ଲେଖୁଛନ୍ତି ଉତ୍ତର। ଉତ୍ତର ଆସୁଛି ୧୨,୪,୮ ଅର୍ଥାତ ୧୨୪୮।
ମନ୍ତବ୍ୟ ଦିଅନ୍ତୁ ଆଫଣଙ୍କୁ କିପରି ଲାଗିଲା। ଆପଣଙ୍କ ପାଖରେ ଯଦି ଅନ୍ୟ କୌଣସି ଏହିପରି ଉପାୟ ଅଛି ତେବେ ଆମକୁ ଭିଡ଼ିଓରେ ପଠାନ୍ତୁ ଆମେ ଏହାକୁ ପ୍ରକାଶ କରିବୁ।
“Mathematics is the art of giving the same name to different things.”pic.twitter.com/gTbtHOKsa8
— Vala Afshar (@ValaAfshar) October 18, 2022