Home ଜିଲ୍ଲା ପରିକ୍ରମା ଏୟାରଟେଲ ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି

ଏୟାରଟେଲ ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି

34

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଧିନ ଦୋବଲ ପଂଚାୟତ ସୋଧ ଗ୍ରାମରେ ଥିବା ଏୟାରଟେଲ ଟାୱାର ରୁ ଶନିବାର ରାତିରେ ୨୨ ଟି ବ୍ୟାଟେରୀ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଶନିବାର ରାତିରେ ଅଜଣା ଚୋରମାନେ ଟାୱାର ଘରର ଚାବି ଭାଙ୍ଗି ବ୍ୟାଟେରୀ ଗୁଡିକ ଖୋଲି ନେଇଥିଲେ। ଏହି ସମୟରେ ସେଠାରେ ଲାଗିଥିବା ସେନ୍ସର ଆଲାର୍ମ ବାଜିଥିଲା ଯାହା ଦେଖି ଟେକ୍ନିସିଆନ ପ୍ରିୟବ୍ରତ ନାୟକ ସଚେତନ ହୋଇ ତୁରନ୍ତ ଟାୱାର ଜମି ମାଲିକ ସତ୍ୟବାଦୀ ପତିଙ୍କୁ ଖବର ଦେଇଥିଲେ। ଶ୍ରୀ ପତି ଓ କିଛି ଗ୍ରାମଲୋକ ଙ୍କୁ ଘଟଣା ସ୍ଥଳକୁ ନେଇ ପହଞ୍ଚିବା ସମୟରେ ଚୋରମାନେ ଗୋଟେ ବୋଲେରୋ ଗାଡ଼ିରେ ବ୍ୟାଟେରୀ ନେଇ ଦୃତ ଗତିରେ ପଳାଇଯାଇଥିଲେ। ଘଟଣା ସୂଚନା ପାଇ ୧୧୨ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରବିବାର ଟେକ୍ନିସିଆନ ପ୍ରିୟବ୍ରତ ନାୟକ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ନେଇ ତଦନ୍ତ ଆରମ୍ଭ କରିଛି ଏବଂ ଚୋରମାନଙ୍କ ଚିହ୍ନଟ ପାଇ ସିସିଟିଭି ଫୁଟେଜ ଖୋଜାଯାଉଛି। ତେବେ ଗୋଟେ ମାସ ମଧ୍ୟରେ ଏହାକୁ ଲଗାଇ ୩ ଟି ମୋବାଇଲ ଟାୱାରରୁ ବ୍ୟାଟରି ଚୋରି ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.