Home ଓଡ଼ିଶା ଏୟାରଟେଲ୍ ବନ୍ଦ କରିବାକୁ ଯାଉଛି ଏହି ସେବା

ଏୟାରଟେଲ୍ ବନ୍ଦ କରିବାକୁ ଯାଉଛି ଏହି ସେବା

338

ନୂଆଦିଲ୍ଲୀ,୦୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ନିଜର ୩ଜି ସେବାକୁ ସାରା ଦେଶରେ ଏବେ ବନ୍ଦ କରିବ ବୋଲି ଘୋଷଣା କରିଛି । କମ୍ପାନୀ ଏହି ପ୍ରକ୍ରିୟାକୁ କୋଲକାତାରୁ ଆରମ୍ଭ କରିଦେଇଛି ।

୨୦୨୦ ମଧ୍ୟରେ ନିଜର ୩ଜି ସେବାକୁ ଦେଶରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବ ବୋଲି ଏୟାରଟେଲ ଘୋଷଣା କରିଛି। କମ୍ପାନୀ ସେପ୍ଟେମ୍ବର ୬-୭ ତାରିଖ ମଧ୍ୟରେ ଏୟାରଟେଲ 3ଜି ସେବାକୁ ବନ୍ଦ କରିଦେବ ଏବଂ ଏହାପରେ ଡିସେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ସାରା ଦେଶରେ ଏହାକୁ ସମ୍ପୂର୍ଣ ଭାବେ ବନ୍ଦ କରିଦିଆଯିବ । ଏୟାରଟେଲ ଇଣ୍ଡିଆ ଏବଂ ସାଉଥ ଏସିଆର ସିଇଓ ଗୋପାଳ ବିଟ୍ଟଲଙ୍କ କହିବା ଅନୁସାରେ, ଏହି ସମୟରେ କମ୍ପାନୀର ଫୋକସ ଅଧିକରୁ ଅଧିକ ରାଜସ୍ୱ ଏବଂ average revenue per user (ARPU) କୁ ବୃଦ୍ଧି କରିବାକୁ ଲକ୍ଷ ରଖିଛି। ଏହା ସହିତ ସେକ୍ଟରର ବ୍ୟବହାର୍ଯ୍ୟତାକୁ ଆଖି ଆଗରେ ରଖି ଲମ୍ବା ସମୟ ମଧ୍ୟରେ ଶୁଳ୍କଶୁଚି ବଢାଇବାର ମଧ୍ୟ ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.