Home Top News ଏହି ରାଜ୍ୟ ସରକାର ପେଟ୍ରୋଲ ଲିଟର ପ୍ରତି ୨୫ ଟଙ୍କା କମ କରିବେ

ଏହି ରାଜ୍ୟ ସରକାର ପେଟ୍ରୋଲ ଲିଟର ପ୍ରତି ୨୫ ଟଙ୍କା କମ କରିବେ

59

ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) ହେମନ୍ତ ସୋରେନ୍‌ଙ୍କର ସରକାରର ୨ ବର୍ଷ ପୂର୍ତ୍ତି ପରେ ପେଟ୍ରୋଲ ମୂଲ୍ୟରେ ବଡ ହ୍ରାସ କରିବାକୁ ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ରାଜ୍ୟ ସ୍ତରରୁ ଦୁଇ ଚକିଆ ଯାନ ପାଇଁ ପେଟ୍ରୋଲ ଉପରେ ସରକାର ଲିଟର ପିଛା ୨୫ଟଙ୍କାର ରିଲିଫ୍ ଦେବେ, ଏହାର ଲାଭ ୨୬ ଜାନୁୟାରୀ ୨୦୨୨ ରୁ ଆରମ୍ଭ ହେବ। ଏହି ନିଷ୍ପତ୍ତିରେ ୧.୨୫ କୋଟି ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି।

ମିଳିତ ସରକାରର ଦୁଇ ବର୍ଷ ପୂରଣ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହେମନ୍ତ ସୋରେନ୍ କହିଛନ୍ତି ଯେ ଛାତ୍ର ଛାତ୍ରୀଛାତ୍ରଙ୍କୁ କ୍ରେଡିଟ୍ କାର୍ଡ ପ୍ରଦାନ କରିବେ, ଯାହାଫଳରେ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବ୍ୟାଙ୍କ ପରିଚାଳନା ଆଦିବାସୀ ସମ୍ପ୍ରଦାୟର ପିଲାମାନଙ୍କୁ ଋଣ ଦେଉନାହାଁନ୍ତି ତେଣୁ ସରକାର ଗୁରୁତର ସହ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.