ନୂଆଦିଲ୍ଲୀ,୨୧/୦୮,(ଓଡ଼ିଆ ପୁଅ/ ପି ନାଏକ): ଏବେ ସାନିଟାରୀ ପ୍ୟାଡର ପର୍ଯାବରଣ କ୍ଷତି ଘଟିବ ନାହିଁ। ଆଇଆଇଟି ଦିଲ୍ଲୀର ଦୁଇ ଛାତ୍ର କଦଳୀର ଫାଇବରରୁ ସାନିଟାରୀ ପ୍ୟାଡ୍ ପ୍ରସ୍ତୁତ କରିବାର ଟେକନିକ ବାହାର କରିଛନ୍ତି। ଏହି ପ୍ୟାଡକୁ ୧୨୨ ଥର ଧୋଇ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରୟୋଗ କରାଯାଇହେବ। ବାରମ୍ବାର ବ୍ୟବହାର କରିବା ପରେ ମଧ୍ୟ ଏହାଦ୍ୱାରା କୌଣସି ସଂକ୍ରମଣର ଭୟ ରହିବ ନାହିଁ। ଗୋଟିଏ ସାନିଟାରୀ ପ୍ୟାଡ୍ ଶହେ ଟଙ୍କାରେ ଉପଲବ୍ଧ ହେବ।
ଆଇଆଇଟି ଦିଲ୍ଲୀର ବିଟେକ ଚତୁର୍ଥ ବର୍ଷର ଛାତ୍ର ଅର୍ଚ୍ଚିତ ଅଗ୍ରଓ୍ଵାଲ ଏବଂ ହ୍ୟାରୀ ସେହରାବତ ବିଭିନ୍ନ ବିଭାଗର ପ୍ରଫେସରଙ୍କ ଅଧ୍ୟକ୍ଷତାରେ ଏହି ସାନିଟାରୀ ପ୍ୟାଡ୍ ବନାଇବାରେ ସଫଳତା ହାସଲ କରିଛନ୍ତି। ବିଟେକ ଛାତ୍ର ସାମ୍ଫେ ନାମକ ଷ୍ଟାଟଅପ ବନାଇଛନ୍ତି। ଏହି ଷ୍ଟାର୍ଟଅପ ଦ୍ୱାରା ଏହି ସାନିଟାରୀ ପ୍ୟାଡକୁ ପ୍ରସ୍ତୁତ କରାଯାଇଛି।








