Home କେନ୍ଦୁଝର ଏସ.ଏସ.ଜି ଗ୍ରୁପ ଠାରୁ ପିଡିଏସ ସାମଗ୍ରୀ ନେବା ଦାବିରେ ମହିଳାଙ୍କ ଧାରଣା

ଏସ.ଏସ.ଜି ଗ୍ରୁପ ଠାରୁ ପିଡିଏସ ସାମଗ୍ରୀ ନେବା ଦାବିରେ ମହିଳାଙ୍କ ଧାରଣା

38

ହାଟଡିହି- ୧୩ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ଏସଏସଜି ଗ୍ରୁପଠାରୁ ପିଡିଏସ ସାମଗ୍ରୀ ନେବା ଦାବିରେ ଆଜି ଢ଼େଙ୍କା ପଞ୍ଚାୟତର ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟ ରେ ଧାରଣା ଦେବାସହ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଯେ ସେମାନେ ପୁର୍ବରୁ ଢ଼େଙ୍କା ପଞ୍ଚାୟତ କାର୍ଯ୍ୟାଳୟରୁ ପିଡିଏସ ସାମଗ୍ରୀ ଉଠାଉଥିଲେ । କିନ୍ତୁ ସେମାନେ ରେସନ ସାମଗ୍ରୀ ନେବାବେଳେ ନାନା ଅସୁବିଧା ଭୋଗ କରିଥାନ୍ତି । ଠିକ ଭାବେ ସାମଗ୍ରୀ ନପାଇବା, ଅନେକ ସମୟରେ କାର୍ଡ ରଖିଦେଇ ସେମାନେ ନିଜେ ଉଠାଇନେଇ ବିକ୍ରୀ କରିଦେବା, ଯଦି କୌଣସି କାରଣରୁ ସାମଗ୍ରୀ ନେବାରେ ଟିକେ ବିଳମ୍ବ ହେଉଥିଲା ତେବେ ସେମାନଙ୍କୁ ଆଉ ସାମଗ୍ରୀ ଦିଆନଯିବା ଆଦି ସମସ୍ୟା ଦେଖା ଦେଉଥିଲା । ଏପରରିକି ଅନେକ ସମୟରେ ଏହାକୁନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଝଗଡାଝାଣ୍ଟି ଲାଗୁଥିଲା । କିନ୍ତୁ ଗତ କିଛିମାସ ହେଲା ଏସଏସଜି ଗ୍ରୁପକୁ ବଣ୍ଟନ ଦାୟିତ୍ୱ ଦିଆଯିବାପର ଠାରୁ ସେମାନେ ସୁରୁଖୁରୁରେ ରେସନ ସାମଗ୍ରୀ ପାଇପାରୁଛନ୍ତି । ଏପରିକି ସେମାନଙ୍କ ପିଲାଛୁଆମାନେ ମଧ୍ୟ ଯାଇ ଚାଉଳ, କିରାସିନି ଆଣିଥାନ୍ତି । କିନ୍ତୁ ଗତ ତିନିମାସ ହେଲା ସେମାନେ କେନ୍ଦ୍ର ସରକାରଙ୍କ ଠାରୁ ଦିଆଯାଇଥିବା ଫ୍ରି ଚାଉଳ ଆଜିଯାଏ ପାଇ ପାରି ନାହାନ୍ତି । ସେମାନେ ଏନେଇ ଏସଏସଜି ଗ୍ରୁପର ସଭାନେତ୍ରୀଙ୍କୁ ପଚାରିବାରେ ତୁମ ଚାଉଳ ପଞ୍ଚାୟତକୁ ଯାଇଛି, ପଞ୍ଚାୟତକୁ ଯାଇ ଆଣିବ ବୋଲି କହିବାପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । କଣ ପାଇଁ ଆମକୁ ନଜଣାଇ ପୁନର୍ବାର ପଞ୍ଚାୟତକୁ ବଣ୍ଟନ ଦାୟିତ୍ୱ ଦିଆଗଲା ସେନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଆଜି ୧୧ନଂୱାର୍ଡ ରାଇନଟା ଗ୍ରାମର ସୁମିତ୍ରା ନାଏକ, ମିତ୍ରା ନାଏକ, ମନୋଜ ନାଏକ, ସଞ୍ଜୟ ନାଏକ, ଅକ୍ଷୟ ନାଏକ, ସୀତା ହେମ୍ରମ, ଭାମା ନାଇକ, ମହେଶ୍ୱର ନାଏକ, କୈଳାଶ ଚନ୍ଦ୍ର ନାଏକ, ସୁଦର୍ଶନ ନାଏକ, ରଙ୍ଗମଣି ନାଏକ, ମାଳତୀ ହାଁସଦା, ବୁଲି ହାଁସଦା, ନାଲୁ ସୋରେନ, ଦେହ୍ଲା ମୁର୍ମୁ, ସାଙ୍ଗା ହେମ୍ରମ, କପୁରା ମାରାଣ୍ଡି, ଫୁଲ ସୋରେନଙ୍କ ସମେତ ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟକୁ ଆସି ବ୍ଲକ ଘେରାଉ କରି ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି । ପ୍ରଶାସନ ତୁରନ୍ତ ଏପରି ନିଷ୍ପତିକୁ ପ୍ରତ୍ୟାହାର କରି ପୁର୍ବପରି ଏସଏସଜି ଗ୍ରୁପ ମାଧ୍ୟମରେ ରେସନ ସାମଗ୍ରୀ ବଣ୍ଟନ କରୁବୋଲି ମହିଳାମାନେ ଦାବି ଜଣାଇଛନ୍ତି । ଏପରିକି ଏ ନେଇ ସେମାନେ ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ମହିଳାମାନେ କହିଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଢ଼େଙ୍କା ପଞ୍ଚାୟତର ଚାଉଳ ଉଠିନାହିଁ । ଚାଉଳ ଉଠାଗଲା ପରେ କାହା ଦ୍ୱାରା ବଣ୍ଟନ କରାଯିବ ତାହା ଅଫିସ ନିଷ୍ପତି କରିବ, ସେଥିରେ ଗାଁ ଲୋକଙ୍କର ଅସୁବିଧା କାହିଁକି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.