Home ଜିଲ୍ଲା ପରିକ୍ରମା ଏସୟୁଯେ ଭଦ୍ରକ ଶାଖାର ବାର୍ଷିକ ବୈଠକ ଓ ବନ୍ଧୁ ମିଳନ

ଏସୟୁଯେ ଭଦ୍ରକ ଶାଖାର ବାର୍ଷିକ ବୈଠକ ଓ ବନ୍ଧୁ ମିଳନ

0

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏସୟୁଯେ ଶାଖାର ବାର୍ଷିକ ବୈଠକ ଏବଂ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ରୋଟାରୀ ଭବନ ପରିସରରେ ସଙ୍ଘର ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ପ୍ରତାପ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଏସୟୁଯେ ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣୀ ପାଢ଼ୀ, ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ ଏବଂ ସଙ୍ଘ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ନିହାର ଦାସ ଯୋଗ ଦେଇଥିଲେ । ଜିଲ୍ଲା ସମ୍ପାଦକ ତପନ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଙ୍ଗଠନିକ ସଂପାଦକ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ,ତପନ ସ୍ୱାଇଁ,ଧ୍ରୁବ ଚରଣ ବାରିକ, ଶିବାନନ୍ଦ ଦାସ, ମହମ୍ମଦ ଜିଲାନି,ପ୍ରଭାତ ଦାସ, ରାଜେନ୍ଦ୍ର ପ୍ରସାଦ ଜେନା, ବିନୋଦ ଧଳ ସାମନ୍ତ,ଅଭିରାମ ମିଶ୍ର, ସମ୍ବିତ ନାୟକ, ବିକାଶ ଧଳ ପ୍ରମୁଖ ବହୁ ସାମ୍ବାଦିକ ଯୋଗ ଦେଇ ସାମ୍ବାଦିକ ମାନଙ୍କ ବହୁବିଧ ସମସ୍ୟା ଏବଂ ଏହାର ସମାଧାନ ନେଇ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.