ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍.ବି.ଡ଼ି. ଇଂଟରନ୍ୟାସ୍ନାଲ ସ୍କୁଲ୍ ପରିସରରେ ଦଶମ କ୍ରୀଡ଼ା ଉସିବ ଗତ ୨୯ ତାରିଖ ଦିନ ପାଳିତ ହୋଇଯାଇଅଛି। ଏହି ଉସିବରେ ଭଦ୍ରକ ଜିଲ୍ଲାର ଡେପୁଟି କଲେକ୍ଟର୍ ଶ୍ରୀଯୁକ୍ତ କାତିର୍କନାଥ ମଣ୍ଡଳ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଚେୟାରମ୍ୟାନ୍ ଦେବାଶିଷ ଦିକ୍ଷିତ୍, ବିଶିଷ୍ଟ ଶିକ୍ଷାବିତ୍ ବିପିନ ବିହାରୀ କର, ମାଡ଼ାମ୍ ଚେୟାରମ୍ୟାନ୍ ଆଶାବରୀ କର ଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉସିବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ କ୍ରୀଡ଼ା ପତାକାକୁ ଉତୋଳନ କରିଥିଲେ। ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀ ଦେବତା ମୁଖ୍ୟ ଅତିଥିଙ୍କର ପରିଚୟ ପ୍ରଦାନ କରିବା ସହ ନିଜସ୍ୱ ଅଭିଭାଷଣରେ କ୍ରୀଡ଼ାର ଗୁରୁତ୍ୱ ସଂର୍ପକରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଦର୍ଶକଗଣଙ୍କୁ ଅବଗତ କରାଇଥିଲେ। ଏତ୍ଦ୍ୱ୍ୟତୀତ ନିର୍ଦ୍ଦେଶକ ମହୋଦୟ ପ୍ରତିଯୋଗୀଗଣଙ୍କୁ ବାର୍ଷିକ ଉସିବର ନିୟମାବଳୀ ସଂର୍ପକରେ ଅବଗତ କରିବା ସହ ଶପଥପାଠ କରାଇଥିଲେ। ଚେୟାରମ୍ୟାନ୍ ଶ୍ରୀ ଦିକ୍ଷିତ୍ ଛାତ୍ରଛାତ୍ରୀଗଣଙ୍କୁ ଦେଶ ଗଠନରେ କ୍ରୀଡ଼ାର ଭୂମିକା ସଂର୍ପକରେ ଅବଗତ କରାଇବା ସହ କ୍ରୀଡ଼ାକୁ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମଣ୍ଡଳ ମହୋଦୟ ବିଦ୍ୟାଳୟର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଗଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ୟାରେଡ଼୍, ଡ୍ରିଲ୍ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଥିବା କୃତୀ ପ୍ରତିଯୋଗଗଣଙ୍କୁ ପୁରସ୍କୃତ କରାଯାଇଥିଲା। ସର୍ବଶେଷରେ ବାଷିର୍କ କ୍ରୀଡ଼ା ଉସିବର ସଫଳ ରୂପାୟନ ପାଇଁ ବିଦ୍ୟାଳୟ ତରଫରୁ ସମସ୍ତୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।