Home ଜିଲ୍ଲା ପରିକ୍ରମା ଏସ୍‌.ବି.ଡ଼ି. ଇଂଟରନ୍ୟାସନାଲ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

ଏସ୍‌.ବି.ଡ଼ି. ଇଂଟରନ୍ୟାସନାଲ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

16

ଭଦ୍ରକ ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍‌.ବି.ଡ଼ି. ଇଂଟରନ୍ୟାସନାଲ୍ ସ୍କୁଲରେ ଦୁଇଦିନ ଧରି ବାଷିର୍କ ଉତ୍ସବ ‘ଆରୋହଣ’ଗତ ୨୭ ଓ ୨୮ ତାରିଖ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବର ଉଦ୍ଘାଟନୀ ଦିବସରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଦୀପକ କୁମାର ବିଶ୍ୱାଳ ମୁଖ୍ୟଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ବରେଣ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଉତ୍ସବକୁ ଅତିଥିବୃନ୍ଦଙ୍କ ସମେତ ବିଦ୍ୟାଳୟର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଚେୟାର୍ପର୍ସନ ଦେବାଶିଷ ଦୀକ୍ଷିତ, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ, ମ୍ୟାନେଜିଂ ଡାଇରେକ୍ଟର ବିଦ୍ୟାଧର ଅଗସ୍ତି, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଏବଂ ପ୍ରଫେସର ଦେବେନ୍ଦ୍ର ଶତପଥୀ, ଯାଜପୁର ଏସ.ବି.ଡ଼ି. ଇଂଟରନ୍ୟାସ୍ନାଲ୍ ବିଦ୍ୟାଳୟର ଅଧ୍ୟକ୍ଷ ଡଃ କଳ୍ପତରୁ ସାହୁ, ମାଡ଼ାମ ଏମ୍‌.ଡ଼ି. ବନ୍ଦିତା ଦୀକ୍ଷିତ, ମାଡ଼ାମ୍ ଚେୟାର୍ପର୍ସନ ଆଶବରୀ କର ଏବଂ ରାମେଶ୍ୱର ଚାରିଟେବୁଲ୍ ଟ୍ରଷ୍ଟ୍ର ସଦସ୍ୟମାନଙ୍କ ଗହଣରେ ଶୁଭାରମ୍ଭ ହୋଇଥିଲା। ପ୍ରାରମ୍ଭିକ ସଂଗୀତ ଗାନ ପରେ ମାଡ଼ାମ୍ ବନ୍ଦିତା ଦୀକ୍ଷିତ ଅତିଥି ପରିଚୟ ପ୍ରଦାନ ସହିତ ବିଦ୍ୟାଳୟର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀ ଦେବତା ବାଷିର୍କ ବିବରଣୀ ପାଠ କରିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ଅନୁଷ୍ଠାନ ସବୁ ପ୍ରକାର ଉଦ୍ୟମ ଜାରି ରଖିବ ବୋଲି କହିଥିଲେ। ଗୁଣାମିକ ଶିକ୍ଷାର ବିକାଶ କ୍ଷେତ୍ରରେ ଏସ୍‌.ବି.ଡ଼ି. ସ୍କୁଲର ପ୍ରୟାସକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କଲେ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ନିଜ କତର୍ବ୍ୟ ପ୍ରତି ସମପିର୍ତ ହେବା ଆବଶ୍ୟକ। ଜଣେ ଜଣେ ଭଲ ମଣିଷ ହେବା ସହିତ ନିଜ ପାଇଁ ଏବଂ ଦେଶ ପାଇଁ ମଧ୍ୟ କିଛି କରିବା ଉଚିତ ବୋଲି କହିଥିଲେ। ଏହି ଅବସରରେ ଜେ.ଡି.ଏମ୍‌. ଟାଲେଂଟ ସର୍ଚର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା। ଦୁଇ ଦିନ ଧରି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ଏମ୍‌.ଡ଼ି. ଶ୍ରୀ ଅଗସ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ସମସ୍ତେ ଯନିଶୀଳ ହେବା ପାଇଁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.