Home ଓଡ଼ିଶା ଏସ୍‌ପିଙ୍କୁ ପୁରୀ ନଗର ବିଜେଡ଼ିର ଦାବିପତ୍ର

ଏସ୍‌ପିଙ୍କୁ ପୁରୀ ନଗର ବିଜେଡ଼ିର ଦାବିପତ୍ର

31

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସହରକୁ ଏକ ସ୍ୱଚ୍ଛ ସହରରେ ପରିଣତ କରି ରଖିବା ଦିଗରେ ଗୁଣ୍ଡାରାଜ, ଧଳା ଜହର, ବେପାର ଇତ୍ୟାଦିକୁ ଦମନ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଶୋଭା ଯାତ୍ରା ବିଜେଡ଼ି କାର୍ଯ୍ୟାଳୟରୁ ବାହାରି ମୋଚି ସାହି, କଚେରି ରାସ୍ତା ଦେଇ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ପହଁଞ୍ଚିଥିଲା। ସେଠାରେ ପୁରୀ ବିଧାୟକ ଓ ବିଜେପିର ରାଷ୍ଟ୍ରିୟ ମୁଖ୍ୟପାତ୍ର ସମ୍ବିତ ପାତ୍ରଙ୍କ କୁଶୋପୁତଳିକା ଦାହ କରାଯାଇଥିଲା। ଏହି ଅବସରରେ ଡ଼ିଆଇଜିଙ୍କ ଉପସ୍ଥିତିରେ ନୂତନ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ନଗର ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ସଂମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରକାଶ ମିଶ୍ର, ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ବେଣୁଧର ସେଠୀ, ଜିଲ୍ଲା ଉପସଭାପତି ଭକ୍ତଚରଣ ଦାସ, ଜମ୍ବେଶ୍ୱର ମହାନ୍ତି, ନାରାୟଣ ପଟ୍ଟନାୟକ, ରମେଶ ପ୍ରହରାଜ, ରଞ୍ଜିତା ମହାନ୍ତି, ପ୍ରଦିପ୍ତ କୁମାର ନାୟକ, ପ୍ରିତମ ଜଗଦେବ ପ୍ରମୁଖ ଶତାଧିକ ସଦସ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.