Home ଜିଲ୍ଲା ପରିକ୍ରମା ଏସ୍‌ବିଡ଼ି ଇଂଟନ୍ୟାସନାଲ ସ୍କୁଲରେ ବୃକ୍ଷରୋପଣ

ଏସ୍‌ବିଡ଼ି ଇଂଟନ୍ୟାସନାଲ ସ୍କୁଲରେ ବୃକ୍ଷରୋପଣ

16

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ଏସ୍‌ବିଡ଼ି ଇଂଟନ୍ୟାସନାଲ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମେଂଟର ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ମ୍ୟାନେଜିଂ ଡାଇରେକ୍ଟର ବିଦ୍ୟାଧର ଅଗସ୍ତି, ଚେୟାରମ୍ୟାନ ଦେବାଶିଷ ଦୀକ୍ଷିତ, ମାଡାମ ଚେୟାରମ୍ୟାନ ଆଶାବରୀ କର, ମାଡାମ ଏମ୍‌ଡି ବନ୍ଦିତା ଦୀକ୍ଷିତ ପ୍ରମୁଖ ଯୋଗ ଦେଇ ବୃକ୍ଷ ସୃଷ୍ଟିର ରକ୍ଷାକର୍ତା । ବୃକ୍ଷରୋପଣ କରି ସମାଜକୁ ରକ୍ଷା କରିବା ଆମ୍ଭ ସମସ୍ତଙ୍କର ପ୍ରଧାନ କର୍ତବ୍ୟ ହେବା ଉଚିତ । ଜନ୍ମଦିନ ହେଉ କି ବିବାହ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ବୃକ୍ଷରୋପଣ କରିବାକୁ ଅତିଥିମାନେ ପିଲାଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଇକୋ କ୍ଳବ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ପ୍ରତିବର୍ଷ ସ୍କୁଲ ପକ୍ଷରୁ ବିଭିନ୍ନ ସରକାରୀ ଯାଗାରେ ବୃକ୍ଷରୋପଣ କରାଯାଇ ପରିବେଶକୁ ସରସ ସୁନ୍ଦର କରିବାକୁ ପ୍ରୟାସ କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ । ବିଦ୍ୟାଳୟର ଏହି ପ୍ରୟାସକୁ ସମସ୍ତେ ବହୁ ପ୍ରସଂଶା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.