Home ଓଡ଼ିଶା ଏସଏଚଜି ଟଙ୍କା ସୁଝିବାକୁ ନେଇ ଭାଇ ଭଉଣୀକୁ ହତ୍ୟା ଘଟଣା: କାମାକ୍ଷାକୁ ଜେଲ୍‌

ଏସଏଚଜି ଟଙ୍କା ସୁଝିବାକୁ ନେଇ ଭାଇ ଭଉଣୀକୁ ହତ୍ୟା ଘଟଣା: କାମାକ୍ଷାକୁ ଜେଲ୍‌

47

ନୟାଗଡ଼, ୨୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଗଣିଆ ଥାନା ଅନ୍ତର୍ଗତ ବିଜୟଗରରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ଟଙ୍କା ପରିଶୋଧ କରିବାକୁ ନେଇ ନିଜ ଭଉଣୀକୁ ଭାଇ ହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଭାଇ କାମାକ୍ଷାର କ’ଣ ଟଙ୍କା ଦରକାର ପଡ଼ିବାରୁ ଭଉଣୀ ମମତାକୁ ଏସଏଚଜି ଗ୍ରୁପରୁ ୨୦ହଜାର ଟଙ୍କା ଋଣ ଆଣିବାକୁ କହିଥିଲେ। ଭାଇ କହିବା ମୁତାବକ ଭଉଣୀ ମମତା ମହିଳା ସୋସାଇଟିରୁ ୨୦ହଜାର ଟଙ୍କା ଋଣ ଆଣିଥିଲେ। ହେଲେ ଋଣ କିସ୍ତି ସୁଝିବା ପାଇଁ ଭଉଣୀ ମମତା ଭାଇ କାମାକ୍ଷାକୁ କହିବାରୁ ସେ କର୍ଣ୍ଣପାତ କରିନଥିବାରୁ ତାକୁ ଗାଳି ଗୁଳଜ କରିଥିଲା। ଫଳରେ ଭାଇ ରାତିରେ ଭଉଣୀ ଶୋଇଥିବାବେଳେ ତାକୁ ମାରଣାସ୍ତ୍ରରେ ହତ୍ୟା କରି କିଏ ଜାଣିଦେବ ଭାବି ବାପା ମା’ଙ୍କ ପାଖରେ ଶୋଇପଡ଼ିଥିଲା। ପାହାନ୍ତାରୁ ଉଠି ମନ୍ଦିର ଯିବାପାଇଁ ଝିଅ ମମତାକୁ ଉଠାଇବାକୁ ଗଲାବେଳକୁ ଝିଅ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମରି ପଡ଼ିଥିବା ଦେଖିବାକୁ ପାଇ ଚିତ୍କାର କରି ସ୍ୱାମୀ ପ୍ରହଲ୍ଲାଦକୁ ଡାକିଥିଲେ। ପ୍ରହଲ୍ଳାଦ ଗଣିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା। ପୁଲିସ ଭାଇ ଭଉଣୀକୁ ହତ୍ୟା କରିଥିବା ଅନୁସନ୍ଧାନରୁ ଜାଣି ପାରିଥିଲା। ଆସାମୀ କାମାକ୍ଷାକୁ ଗିରଫ କରି ଦଶପଲ୍ଲା ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.