Home ଜିଲ୍ଲା ପରିକ୍ରମା ଏଲଖା ଅଂଚଳରେ ଚଢାଉ କରି ବ୍ରାଉନସୁଗାର ଜବତ କଲା ପୁଲିସ୍‌, ଭଡାଘରୁ ନଗଦ ୨୫ ଲକ୍ଷ...

ଏଲଖା ଅଂଚଳରେ ଚଢାଉ କରି ବ୍ରାଉନସୁଗାର ଜବତ କଲା ପୁଲିସ୍‌, ଭଡାଘରୁ ନଗଦ ୨୫ ଲକ୍ଷ ଜବତ, ମହିଳା ଗିରଫ

9

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଏବେ କେବଳ କଳା ହୀରାରୂପୀ କୋଇଲା ମାଫିଆ ଓ ଗୋଚାଲାଣକାରୀ ଭୂସ୍ୱର୍ଗ ନୁହେଁ ଧଳା ଜହର ରୂପୀ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ପାଲଟିଛି। ଯାହାର ନଜିର ବିଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ଚଢାଉ ହୋଇଥିବା ମାମଲାରୁ ଜଣାପଡିଛି। ତେବେ ଏହି ବ୍ରାଉନସୁଗାର କାରବାରରେ ଲିପ୍ତ ବହୁ ମାଫିଆଙ୍କୁ ପୁଲିସ୍ ଗତ ମାସକ ମଧ୍ୟରେ ଧରିବାରେ ସକ୍ଷମ ହୋଇଥିବାବେଳେ ଆଜି ଏହି କାରବାର କରୁଥିବା ଜଣେ ମହିଳା ଡନ୍‌କୁ ପୁଲିସ୍ କାବୁ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଏଲଖା ନୟାନଗର ଅଂଚଳରେ ଏକ ଭଡାଘରେ ରହି ବିଭିନ୍ନ ଅନୈତିକ କାର୍ଯ୍ୟ ସହ ସୁଧ କାରବାର କରି ବ୍ରାଉନସୁଗାର ବିକ୍ରିର କାୟା ବିସ୍ତାର କରିଥିବା କନିଜା ଫାତିମା ନାମକ ଜଣେ ମହିଳାଙ୍କ ଘର ଉପରେ ଚଢାଉ କରିଥିଲା। ଭଦ୍ରକ ଗୁଇନ୍ଦା ବିଭାଗର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ସହରାଂଚଳ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ, ଗ୍ରାମାଂଚଳ ଥାନାଧିକାରୀ ଅମିତାଭ ଦାସ ଓ ପୁରୁଣାବଜାର ଥାନାଧିକାରୀ ନିରୋଜ ସାମଲ ମାଜିଷ୍ଟ୍ରେଟ୍ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆଙ୍କ ଉପସ୍ଥିତିରେ ମିଳିତ ଚଢାଉ କରି ଫାତିମାଙ୍କ ଏହି ଘରୁ ନଗଦ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହ ବ୍ରାଉନସୁଗାର ଜବତ କରିଛି। ସେ ଏହି ଟଙ୍କାକୁ ଘରର ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବାବେଳେ କେତେ ପରିମାଣର ବ୍ରାଉନସୁଗାର ଜବତ ହୋଇଛି, ସେଥିନେଇ ପୁଲିସ୍ ଅଧିକ ତଦନ୍ତ ପାଇଁ ଗୁପ୍ତ ରଖିଛି। ତେବେ ଫାତିମା ଘରେ ଚଢାଉ ହୋଇଥିବା ସମୟରେ ବିଭିନ୍ନ ତକିଆ ଖୋଳ, ଫେସ୍‌ୱାସ ଖୋଳ ଭିତରୁ ଉପରୋକ୍ତ ଟଙ୍କା ମିଳିଥିଲା। ଏତେଟଙ୍କା ଗଣିବା ପାଇଁ ପୁଲିସ୍‌କୁ ବାଧ୍ୟହୋଇ ଗଣିବା ମେସିନ୍ ବ୍ୟବହାର କରିବାକୁ ପଡିଥିଲା। ଏହି କାରବାରରେ କେବଳ ଫାତିମା ନୁହଁନ୍ତି ଆହୁରି ଅନେକ ଲୋକ ସାମିଲ ଥିବାନେଇ ପୁଲିସ୍ ଫାତିମାକୁ ଅଟକ ରଖି ତଦନ୍ତ ଚଳାଇଛି। ଏହି ଚଢାଉ ସମୟରେ ୨ ଜଣ ଅତିରିକ୍ତ ଏସ୍‌ପି, ୨ ଜଣ ଇନ୍ସିପେକ୍ଟର ଓ ୨ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.