Home ଅନୁଗୁଳ ଏମ୍‌.ସି.ଏଲ ଜଗନ୍ନାଥ କ୍ଷେତ୍ର ଦ୍ୱାରା ବିଭିନ୍ନ ଗ୍ରାମକୁ ମାସ୍କ ଏବଂ ସାନିଟାଇଜର ବିତରଣ

ଏମ୍‌.ସି.ଏଲ ଜଗନ୍ନାଥ କ୍ଷେତ୍ର ଦ୍ୱାରା ବିଭିନ୍ନ ଗ୍ରାମକୁ ମାସ୍କ ଏବଂ ସାନିଟାଇଜର ବିତରଣ

190

ତାଳଚେର,୧୫/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନା (କୋବିଡ-୧୯)ଭାଇରସ୍ ସଂକ୍ରମଣକୁ ରୋକିବା ନିମନ୍ତେ ଏମ୍‌.ସି.ଏଲ ଜଗନ୍ନାଥ କ୍ଷେତ୍ର ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜଗନ୍ନାଥ ଏରିଆ ପକ୍ଷରୁ ମହାପ୍ରବନ୍ଧକ ଏମ୍‌.ଜି.ବ୍ରହ୍ମପୁରକୁର ସିଏସଆର ଯୋଜନାରେ ଆଜି ତାଳଚେର ବ୍ଲକର ପଦ୍ମାବତୀପୁର ଏବଂ ଡେରା ଗ୍ରାମକୁ ପୃଥକ ପୃଥକ ଭାବେ ୨ହଜାର ମାସ୍କ ଏବଂ ଦୁଇ ଶହ ସାନିଟାଇଜର ବୋତଲ ପ୍ରଦାନ କରିଛନ୍ତି । ଉକ୍ତ ବିତରଣ କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଯୋଗ ଦେଇଥିଲେ । ଅନୁରୂପ ଭାବେ ଉକ୍ତ କ୍ଷେତ୍ର ପକ୍ଷରୁ ଘଂଟପଡ଼ା,ଗୁରୁଜାଙ୍ଗ ଏବଂ କଣ୍ଢାଳ ଗ୍ରାମରେ ମାସ୍କ ଏବଂ ସାନିଟାଇଜର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.