Home ଅନୁଗୁଳ ଏମ୍‌.ସି.ଏଲ୍ ପକ୍ଷରୁ ପୁନର୍ବାସ ଓ ଥଇଥାନ ଉପଭୋକ୍ତାଙ୍କ ମାସିକ ରାଶି ୧୨ରୁ ୨୧ ହଜାରକୁ ବୃଦ୍ଧି

ଏମ୍‌.ସି.ଏଲ୍ ପକ୍ଷରୁ ପୁନର୍ବାସ ଓ ଥଇଥାନ ଉପଭୋକ୍ତାଙ୍କ ମାସିକ ରାଶି ୧୨ରୁ ୨୧ ହଜାରକୁ ବୃଦ୍ଧି

315

ଅନୁଗୋଳ,୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାନଦୀ କୋଲ୍ ଫିଲଡ୍‌ସ (ଏମ୍‌.ସି.ଏଲ୍‌) ତରଫରୁ ପୁନର୍ବାସ ଓ ଥଇଥାନ ଉପଭୋକ୍ତା ଯେଉଁମାନେ ଚାକିରି ବଦଳରେ ଆନୁଇଟି ନେବାକୁ ଚୟନ କରିଥିବେ,ସେମାନଙ୍କ ପାଇଁ ଆନୁଇଟି ମାସିକ ୧୨ ହଜାରରୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଗତ ୨୦୧୩ ମସିହାରେ ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ପଲିସି ଅନ୍ତର୍ଭୁକ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା କୋଲ୍ ବିୟରିଂ ଜମିର ମାଲିକ ଯେଉଁମାନେ ଚାକିରୀ ବଦଳରେ ଅର୍ଥରାଶି ନେବାକୁ ଚୟନ କରିଥିଲେ ସେମାନଙ୍କ ପାଇଁ ଏମ୍‌.ସି.ଏଲ୍ କର୍ତୃପକ୍ଷ ମାସିକ ୧୨ ହଜାର ଟଙ୍କା ପ୍ରଦାନ ନୀତିକୁ ପ୍ରଚଳନ କରିଥିଲେ । ତେବେ ଏହି ଅର୍ଥରାଶି ପୂର୍ବାପେକ୍ଷା ୭୫ ପ୍ରତିଶତ ବୃଦ୍ଧି ସହିତ ଉପଭୋକ୍ତା ଏବଂ ସେମାନଙ୍କ ଉପରେ ନିର୍ଭର କରି ଚଳୁଥିବା ସଦସ୍ୟମାନେ ମଧ୍ୟ ଏମ୍‌.ସି.ଏଲ୍ ହସପିଟାଲରେ ଚିକିତ୍ସା ସେବା ପାଇଁ ଯୋଗ୍ୟ ବିବେଚିତ ହେବେ । ପୁଣି କମ୍ପାନୀ ଏହି ଅର୍ଥରାଶିକୁ ରାଷ୍ଟ୍ରୀୟ କୋଇଲା ବେତନ ବୁଝାମଣା (ଏନ୍‌.ସି.ଡବ୍ଲ୍ୟୁ.ଏ) ସହିତ ସଂଯୋଗ କରିଛି, ଯାହାକି ପ୍ରତ୍ୟେକ ୫ ବର୍ଷରେ ଥରେ ସଂଶୋଧନ କରାଯିବ । ଏହି ଅଧିନରେ କମ୍ପାନୀର କାଟାଗାରୀ -୧ କର୍ମଚାରୀମାନଙ୍କ ସର୍ବନିମ୍ନ ମଜୁରୀ ହାରାହାରି ୬୦ ପ୍ରତିଶତ ହେବ । ଏହି ଅର୍ଥରାଶି (ଆନୁଇଟି) ପ୍ରତ୍ୟେକ ୨ ବର୍ଷରେ ମାସିକ ୧ ହଜାର ଟଙ୍କା ହିସାବରେ ବୃଦ୍ଧି କରାଯିବ । ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ପଲିସୀ ଅନ୍ତର୍ଭୁକ୍ତ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହି ଅର୍ଥରାଶିର ସୁବିଧା ନେଇପାରିବେ । ଚାକିରୀ ବଦଳରେ କ୍ଷତିପୂରଣ ବାବଦରେ ଏକକାଳୀନ ଟଙ୍କା ନେଇଥିବା ସମସ୍ତ ଲାଭାନ୍ୱିତ ଲୋକଙ୍କୁ କମ୍ପାନୀ ତରଫରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଏମ୍‌.ସି.ଏଲ୍ ତରଫରୁ ଜାରୀ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.