Home ଜିଲ୍ଲା ପରିକ୍ରମା ଏମ୍ସ ସେଟଲାଇଟ୍ ସେଣ୍ଟର ପ୍ରତିଷ୍ଠାରେ ବିଳମ୍ବ! ମନ୍ତ୍ରୀଙ୍କୁ ସାକ୍ଷାତ କଲା ‘ବାଲେଶ୍ୱର ଲୋକମଞ୍ଚ’

ଏମ୍ସ ସେଟଲାଇଟ୍ ସେଣ୍ଟର ପ୍ରତିଷ୍ଠାରେ ବିଳମ୍ବ! ମନ୍ତ୍ରୀଙ୍କୁ ସାକ୍ଷାତ କଲା ‘ବାଲେଶ୍ୱର ଲୋକମଞ୍ଚ’

13

ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱରରେ ଏମ୍ସ ସେଟଲାଇଟ୍‍ପ୍ରତିଷ୍ଠାରେ ବିଳମ୍ବକୁ ନେଇ ‘ବାଲେଶ୍ୱର ଲୋକମଞ୍ଚପକ୍ଷରୁ ଗତ କିଛିଦିନ ଧରି ଜିଲ୍ଲାର ନିର୍ବାଚିତ ଲୋକପ୍ରତିନିଧିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଉଛି। ପୂର୍ବରୁ ସଦର ଓ ନୀଳିଗିରି ବିଧାୟକଙ୍କଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଲୋକମଞ୍ଚର କର୍ମକର୍ତ୍ତା ଓ ସଦସ୍ୟମାନେ ସାକ୍ଷାତ ସହ ଏମ୍ସ ସୁପର ସ୍ପେଶାଲିଟି ଏମ୍ସ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାବାସୀଙ୍କ ସ୍ୱାର୍ଥରକ୍ଷାରେ ଏମ୍ସ ସେଟଲାଇଟ୍ ସେଣ୍ଟର ସମେତ ୩୫୦ ବିଶିଷ୍ଟ ଏମ୍ସ ସୁପର ସ୍ପେଶାଲିଟି ହସପିଟାଲ ଓ ‘ପବ୍ଲିକ ହେଲଥ୍ ଏଣ୍ଡ ନର୍ସିଂ ସ୍କୁଲ’ପ୍ରତିଷ୍ଠା ବିଳମ୍ବର କାରଣ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ଏନେଇ ସେ ରାଜ୍ୟ ସରକାର, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକମଞ୍ଚ ପକ୍ଷରୁ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ ବେଳେ ସଂଗଠନ ପକ୍ଷରୁ ଅସିତ୍ ଦାସ, ବିକ୍ରମ ପଣ୍ଡା, ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ, ଜୟରାମ ଦାସ, ନିଶିଥ ବାରିକ, ପ୍ରଦୀପ୍ତ ମହାପାତ୍ର, ଅଶୋକ ଆଢ଼୍ୟ, ଶୁଭମ ସାଇ ମହାପାତ୍ର, ସମ୍ବିତ୍ ବିଶ୍ୱାଳ, ସୁରେଶ ଉପାଧ୍ୟାୟ, ବନାନୀ ପଣ୍ଡା, ଜୟଶ୍ରୀ ବିଶ୍ୱାଳ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.