Home ଜିଲ୍ଲା ପରିକ୍ରମା ଏବେ ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥାରୁ ବଞ୍ଚିତ ପେରୁଆମାଲ ଗ୍ରାମବାସୀ, ସରକାର ଦୃଷ୍ଟି ଦେବେ...

ଏବେ ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥାରୁ ବଞ୍ଚିତ ପେରୁଆମାଲ ଗ୍ରାମବାସୀ, ସରକାର ଦୃଷ୍ଟି ଦେବେ କି

60

ବଲାଙ୍ଗୀର, ୦୫-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ହଳଦୀ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପେରୁଆମାଲ ଗ୍ରାମକୁ କୌଣସି ରାସ୍ତା ନ ଥିବା ବେଳେ ନିଜ ରାସ୍ତା ନିଜେ ତିଆରି କଲେ ଗାଁ ବାସୀ। ବଣ, ଜଙ୍ଗଲ ଘେରା ଏହି ଗ୍ରାମରେ ଗତ ୧୯୮୧ ମସିହାରୁ ଜନବସତି ଗଢିଉଠିଛି। ଏହି ଗ୍ରାମବାସୀଙ୍କୁ ସରକାରଙ୍କ ତରଫରୁ ୨୦୦୮ ମସିହାରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଅଛି। ୨୦୦୬ ମସିହାରେ ଗାଁ ରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୁର୍ବତନ ଟିଟିଲାଗଡ଼ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ସମୟରେ ସ୍ଥାପନ କରାଯାଇଥିଲା ହେଲେ ବର୍ତମାନ ସେହି ସ୍କୁଲ ବି ବନ୍ଦ ହୋଇଗଲାଣି। ଏହି ଗ୍ରାମରେ ସରକାରଙ୍କ ତରଫରୁ ତିନୋଟି ନଳକୂପ ଥିବାବେଳେ ସରକାରଙ୍କ ତରଫରୁ ଲୋକ ସେବା ପାଣ୍ଠିରୁ ୨ ଗୋଟି ସୋଲାର ଲାଇଟ ଦିଆଯାଇଛି। ଏ ସବୁ ଛଡା ଅନ୍ୟ କିଛି ଅନୁଦାନ ସରକାରଙ୍କ ତରଫରୁ ମିଳିନାହିଁ ଓ ବିଦ୍ୟୁତକରଣ କରାଯାଇଥିଲେ ମଧ୍ୟ କାର୍ଯ୍ୟ କରୁ ନ ଥିବା ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଅଭିଯୋଗ ବିଦ୍ୟୁତ ବିଭାଗ ଅଧୀକାରୀ ତଥା ଅନ୍ୟ ଅଧିକାରୀଙ୍କୁ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନାହିଁ। ସରକାର ସବୁ ଗ୍ରାମ ମାନଙ୍କୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ତିଆରି କରୁଛନ୍ତି। ପଂଚାୟତ ସମିତି ଓ ଗ୍ରାମ ପଂଚାୟତ ତରଫରୁ ଏମଜିଏନଆରଇଜିଏସ କାର୍ଯ୍ୟରେ ରାସ୍ତା ନିର୍ମାଣ କରୁଥିବା ବେଳେ ଦୀର୍ଘ ୪୦ ବର୍ଷ ହେବ ଏହି ଗ୍ରାମରେ ୨୫ ରୁ ଉର୍ଦ୍ଧ୍ୱ ପରିବାର ରହୁଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ସେହି ଗ୍ରାମକୁ ରାସ୍ତାଟିଏ ମଧ୍ୟ ନଥିବା ପରିତାପର ବିଷୟ ହୋଇଛି। ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିବିଶେଷ କେବଳ ପ୍ରତିଶୃତି ଦେଇ ଚାଲିଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପରିତାପର ବିଷୟ ଯେ, ଏହି ଗ୍ରାମ ତଥା ରାସ୍ତା ପ୍ରତି କାହାର ନଜର ନ ପଡିବା ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏଣୁ ସରକାରଙ୍କୁ ରାସ୍ତା ତିଆରି କରିବା ପାଇଁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ଏହା ଉପରେ ଦୃଷ୍ଟି ଦିଆ ନ ଯିବାରୁ ଗ୍ରାମବାସୀ ଶେଷରେ ବାଧ୍ୟ ହୋଇ ନିଜ ରାସ୍ତା ତିଆରି କରିଛନ୍ତି। ଗ୍ରାମରେ ବିଜୁଳି ବ୍ୟବସ୍ଥା ନ ଥିବା ବେଳେ ଅନ୍ଧାର ରେ କାଳାତିପାତ କରିବାକୁ ବାଧ୍ୟ। ଗ୍ରାମର କେଶବ ଧରୁଆ, ବିଷମ ଧରୁଆ, ଲାଏଚନ ଧରୁଆ, କୁଶ ଧରୁଆ, ନିଲମ ଧରୁଆ, କୁମର ଧରୁଆ, ହାରାବତୀ ଧରୁଆ, ସଙ୍ଗୀତା ଧରୁଆ, ସୁମିତ୍ରା ଧରୁଆ, ଲକ୍ଷ୍ମୀ ଧରୁଆ, ସମ୍ବାରୀ ଧରୁଆ ଓ ଗ୍ରାମର ମହିଳା ମାନେ ରାସ୍ତା ତିଆରି ପାଇଁ ଅଣ୍ଟା ଭିଡିଥିବା ବେଳେ ଏନେଇ ସ୍ଥାନୀୟ ସରପଞ୍ଚ ଗୋପିନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ଏମଜିଏନଆରଇଜିଏସ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିବା ପ୍ରକାଶ କରିଥିଲେ। ଏ ଦିଗରେ ମୁଖ୍ୟ ଶାସନ ସଚିବ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.