Home ଜିଲ୍ଲା ପରିକ୍ରମା ଏବିଭିପି, ଓଡ଼ିଶା ପ୍ରଦେଶର ପୂର୍ବତନ ରାଜ୍ୟ ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ଦେହାନ୍ତରେ ସ୍ମୃତି ଶ୍ରଦ୍ଧାଞ୍ଜଳି...

ଏବିଭିପି, ଓଡ଼ିଶା ପ୍ରଦେଶର ପୂର୍ବତନ ରାଜ୍ୟ ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ଦେହାନ୍ତରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

4

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବରିଷ୍ଠ ସମାଜସେବୀ, ଏବିଭିପି ଓଡ଼ିଶା ପ୍ରଦେଶର ପୂର୍ବତନ ରାଜ୍ୟ ସମ୍ପାଦକ, ଏବିଭିପିର ପ୍ରାର୍ଥୀ ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଏବଂ ଉତ୍କଳ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସାଧାରଣ ସମ୍ପାଦକ, ବରିଷ୍ଠ ସମାଜସେବୀ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ଦେହାନ୍ତ ଅବସରରେ ଏବିଭିପି, ଭଦ୍ରକ ଜିଲ୍ଲା ପକ୍ଷରୁ ନୂଆ ବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଏବିଭିପି ଓଡ଼ିଶାର ପ୍ରାନ୍ତ ପ୍ରମୁଖ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ, ପ୍ରାନ୍ତ ସଂଗଠନ ସମ୍ପାଦକ ବୈଲୋଚନ ସାହୁ, ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ, ବାଲେଶ୍ୱର ବିଭାଗ ପ୍ରମୁଖ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ବିଭାଗ ସଂଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତଙ୍କ ସମେତ ଜିଲ୍ଲା ଏବଂ ରାଜ୍ୟର ବହୁ ବିଶିଷ୍ଟ ସମାଜସେବୀ, ବିଦ୍ୟାର୍ଥୀ ପରିଷଦର ପୁରାତନ କାର୍ଯ୍ୟକର୍ତା ଏବଂ ଶୁଭେଚ୍ଛୁ ମାନେ ସ୍ୱର୍ଗତ ମହାପାତ୍ରଙ୍କ ଜୀବନ ସହ ଯୋଡ଼ି ହୋଇଥିବା ଅଭୁଲା ସ୍ମୃତିକୁ ନିଜ ବକ୍ତବ୍ୟରେ ରଖିଥିଲେ। ଏବିଭିପିର ପୁରାତନ କାର୍ଯ୍ୟକର୍ତର୍ାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜୟ ଭୂଷଣ ନାୟକ, ଅମ୍ବିକା ଦାସ, ବିପ୍ଳବ ହୋତା, ଅବସର ପ୍ରାପ୍ତ ଅଧ୍ୟାପକ କମଳା କାନ୍ତ ସ୍ୱାଇଁ, ନିରଞ୍ଜନ ସାହୁ, ଅତିଶ ବେହେରା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭଦ୍ରକ ନଗର ସଂଘ ଚାଳକ ନୀଳକଣ୍ଠ ସାହୁ, କାର୍ଯ୍ୟବାହ ରତିକାନ୍ତ ଆଚାର୍ଯ୍ୟ, ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରତାପ କୁମାର ନାୟକ, ବରିଷ୍ଠ ସମାଜସେବୀ ଦୀନବନ୍ଧୁ ପତି, ଏବିଭିପିର ପୁରାତନ କାର୍ଯ୍ୟକର୍ତା ଅମୂଲ୍ୟ ଦାସ, ଡା. ପ୍ରଦୀପ ନାୟକ, ଭୀମ ବେହେରା, ସତ୍ୟ ଭୂଷଣ ସ୍ୱାମୀ, ସରୋଜ କୁମାର ସ୍ୱାଇଁ, ଆଇନଜୀବୀ ସନ୍ତୋଷ ଦାସ, ଆନନ୍ଦ ଶଙ୍କର ଦାସ, ନିତ୍ୟାନନ୍ଦ ନାୟକ, ଜଗନ୍ନାଥ ଦାଶ, ତାପସ କୁମାର ପଣ୍ଡା, କୈଳାସ ଦାସ, ଗୋବିନ୍ଦ ଚନ୍ଦ୍ର ରାଉତ, ଅଜୟ ନାୟକ, ଦେବାଶିଷ ମହାପାତ୍ର, ସୁରେଶ ସାମଲ, ଶାଶ୍ୱତ ପାଣିଗ୍ରାହୀ, ରଞ୍ଜିତା ସ୍ୱାଇଁ, ଚୈତାଳୀ ଖିଲାର, ସମ୍ବିତ ମହାନ୍ତି, ସୌରଭ ପତି, ରବି ସାହୁ, କଳ୍ପନା ଜେନା, ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ଏବିଭିପିର ଭଦ୍ରକ ଜିଲ୍ଲା ସହ ପ୍ରମୁଖ ଅ୍ମାପକ କିଶୋର କୁମାର ପୃଷ୍ଟି, ପୁରୁଷୋତମ ବେହେରା, ବିଭୁ କିଶୋର ରାଉତ, ପ୍ରିୟଙ୍କା ଦାଶ, ବାଲେଶ୍ୱର ଜିଲ୍ଲା ସଂଯୋଜକ ସଞ୍ଜୀବ ମହାରଣା, ଭଦ୍ରକ ଜିଲ୍ଲା ସଂଯୋଜିକା ପାର୍ବତୀ ମିଶ୍ର, ଆକାଶ ପଣ୍ଡା, ବସନ୍ତ କୁମାର ଦୀକ୍ଷିତ, ଜ୍ୟୋତି ପ୍ରକାଶ ସାହୁ, ଓଁକାର ମହାନ୍ତି, ହିମାଂଶୁ ମହାରଣା, ଆୟୁଷ ପାଣିଗ୍ରାହୀ, ବିପ୍ଳବ ବସନ୍ତିଆ, ଗୋପୀ କ୍ରିଷ୍ଣା ବାରିକ, ଗୌତମୀ ପାଢ଼ୀ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.