Home ଜିଲ୍ଲା ପରିକ୍ରମା ଏବିଭିପି ଓଡ଼ିଶା ପୂର୍ବର ଐତିହାସିକ ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ଅଧିବେଶନ ଉଦ୍‌ଯାପିତ

ଏବିଭିପି ଓଡ଼ିଶା ପୂର୍ବର ଐତିହାସିକ ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ଅଧିବେଶନ ଉଦ୍‌ଯାପିତ

3

ଭଦ୍ରକ, ୨୮ା୧୨ (ଏମ୍‌ଏନ୍‌ଏସ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବର ଐତିହାସିକ ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ଅଧିବେଶନ ସଂଗ୍ରାମୀ ମାଟି ଭଦ୍ରକଠାରେ ତିନିଦିନ ଧରି ଅନୁଷ୍ଠିତ ହୋଇ ଉଦ୍‌ଯାପିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ୨୩ଟି ସାଂଗଠାନିକ ଜିଲ୍ଲାର ୭୮ଟି କ୍ୟାମ୍ପସରୁ ୫୫୦ରୁ ଉର୍ଦ୍ଧ୍ୱ ଛାତ୍ରନେତା ମାନେ ଏହି ଅଧିବେଶନରେ ପ୍ରତିନିଧି ଭାବେ ଯୋଗ ଦେଇଥିଲେ। ରାଜ୍ୟ ଅଧିବେଶନ ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ,ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ନାୟକ ଏବଂ ଅନ୍ୟ ଅତିଥି ମାନଙ୍କ ଗରିମାମୟ ଉପସ୍ଥିତିରେ ଉଦଘାଟିତ ହେଇଥିଲା। ଏହି ଅଧିବେଶନରେ ଶିକ୍ଷା ,ସାମାଜିକ ଏବଂ ଆହ୍ୱାନ ପ୍ରସ୍ତାବ ଆଗତ କରାଯାଇଥିଲା।ଶିକ୍ଷା ପ୍ରସ୍ତାବରେ ରାଜ୍ୟରେ ଦେଖା ଯାଉଥିବା ଅନିୟମିତ ପରୀକ୍ଷା ପରିଚାଳନା,ପ୍ରବେଶ ପରୀକ୍ଷା,ଏବଂ ପରିଣାମ ବହାରିବାରେ ବିଳମ୍ବ ବିଷୟ ସ୍ଥାନ ପାଇବା ସହିତ, ରାଜ୍ୟରେ ବିଏଡ୍ ଏବଂ ଏମେଡ ଶିକ୍ଷା ନିମନ୍ତେ ପ୍ରଯ୍ୟାପ୍ତ ମହାବିଦ୍ୟାଳୟ ଖୋଲା ଯାଇ,ସିଟ୍ ବୃଦ୍ଧି କୁ ସ୍ଥାନ ଦିଆଯାଇଥିଲା।ତତ୍ ସହିତ ରାଜ୍ୟରେ ଖେଳ ର ଭିତିଭୂମି ସୁଦୃଢ କରି କ୍ରୀଡା ବିଶ୍ୱବିଦ୍ୟାଳୟ,କୃଷି ବିଦ୍ୟାର୍ଥୀ ଏବଂ କୃଷକଙ୍କ ସମନ୍ୱୟ କୁ ସୁଦୃଢ କରିବା ନିମନ୍ତେ କୃଷି ବିଶ୍ୱବିଦ୍ୟାଳୟ ଏବଂ ଜନଜାତି ବିଦ୍ୟାର୍ଥୀଙ୍କ ବିକାଶ ଦୃଷ୍ଟିରେ ରଖି ଜନଜାତି ବିଶ୍ୱବିଦ୍ୟାଳୟ ସ୍ଥାପନର ପ୍ରସ୍ତାବ ମଧ୍ୟ ଏଥିରେ ସ୍ଥାନିତ ହୋଇଅଛି। ସେଲ୍ଫ୍ ଫାଇନେସିଂ କୋର୍ସ ଉପରେ ନିୟନ୍ତ୍ରଣ ରଖିବା ସହିତ ସମସ୍ତ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ କରିବା ମଧ୍ୟ ପ୍ରସ୍ତାବ ଆଗତ କରାଯାଇଛି।ଠିକ୍ ସେହିପରି ଇଞ୍ଜିନିଅରିଂ ଏବଂ ମେଡିକାଲ ଶିକ୍ଷାରେ ଅଧ୍ୟାପକ ନିଯୁକ୍ତି, ଭିତିଭୂମିର ବିକାଶ ମଧ୍ୟ ଆବଶ୍ୟକତା ରହିଛି। କଲେଜ୍ ଜମି କଲେଜ୍ ନାମରେ କରି , ଭଙ୍ଗ ହେଇଥିବା ଗଭାର୍ଣିଂ ବଡି କୁ ଅଣ ରାଜନୈତିକ ଶିକ୍ଷାବିତ୍‌ଙ୍କ ଉପସ୍ଥିତିରେ ପୁନଃ ଗଠନର ପ୍ରସ୍ତାବ ମଧ୍ୟ ଆସିଛି। ସେହିପରି ସାମାଜିକ ସ୍ଥିତିରେ ରାଜ୍ୟରେ ବୃଦ୍ଧି ହେଉଥିବା ସମସ୍ତ ସାମାଜିକ ଅପରାଧିକ କାର୍ଯ୍ୟକଳାପରେ ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ହି ସଂଶ୍ଳିଷ୍ଟ ବୋଲି ଆଜି ହୃଦଙ୍ଗମ ହେଉଛି।ସେଥି ନିମନ୍ତେ ରାଜ୍ୟରେ ଏସଆଇଆରକୁ କଡାକଡି ଭାବରେ ଲାଗୁ କରାଯାଇ, ବାଂଲାଦେଶୀ ଅନୁପ୍ରବେଶକାରୀ ମୁକ୍ତ ଓଡ଼ିଶାର ଆହ୍ୱାନ ଦିଆଯାଇଛି।ନାବାଳିକା ତସ୍କରି ଏବଂ ନିଶାଦ୍ରବ୍ୟ ମୁକ୍ତ ଓଡ଼ିଶାର ଆହ୍ୱାନ ଆଜି ଡାକରା ଦିଆଯାଇଛି। ସେହିଭଳି ଆହ୍ୱାନ ପ୍ରସ୍ତାବରେ ରାଜ୍ୟର ଯୁବ ସମାଜ କୁ ସ୍କ୍ରିନ୍ ଟାଇମ୍ ଟୁ ଗ୍ରୀନ ଟାଇମ୍ ପ୍ରତି ଆକର୍ଷିତ କରାଇ ସମାଜ ପ୍ରତି ତାଙ୍କ କର୍ତବ୍ୟ ଦିଗରେ ଅଗ୍ରସର ନିମନ୍ତେ ଆଗ୍ରହ ପ୍ରକାଶ କରାଯାଇଛି। ଏହି ଅଧିବେଶନରେ ଆଗାମୀ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏଥିରେ ଶିକ୍ଷା,ସୁରକ୍ଷା,ଏବଂ ସାମାଜିକ ସ୍ଥିତିକୁ ନେଇ ଜିଲ୍ଲା ସମ୍ମିଳନୀ ଜାନୁଆରୀ,ଫେବୃଆରୀ ମାସରେ ୨୦୦୦ ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କ ଉପସ୍ଥିତିରେ ପ୍ରତି ଜିଲ୍ଲାରେ ହେବା ନିମନ୍ତେ ଘୋଷଣା ହେଇଛି।ତତ୍ ସହିତ ଜାନୁଆରୀ ୧୨ରୁ ୨୩ ଜାନୁଆରୀ ରେ ଯୁବ ମହୋତ୍ସବ ପାଳନ କରିବା ସହିତ ନଗର ଖେଳ କୁମ୍ଭ ଆୟୋଜନର ଘୋଷଣା କରାଯାଇଛି। ଏହି ଅଧିବେଶନରେ ଭଦ୍ରକ ଜିଲ୍ଲାରୁ ୮ଜଣ ଛାତ୍ର ନେତାଙ୍କୁ ରାଜ୍ୟ ଦାୟିତ୍ୱ ପ୍ରଦାନ କରାଯାଇଛି।ସେଥିରେ ରାଜ୍ୟ ସହ ସମ୍ପାଦକ ଭାବରେ ଛାତ୍ରନେତା ଅଭିଳାଷ ତ୍ରିପାଠୀ, ମିଡ଼ିଆ ରାଜ୍ୟ ସହ ସଂଯୋଜକ ଭାବେ ଛାତ୍ର ନେତା ଓଁକାର ମହାନ୍ତି,ରାଜ୍ୟ ସାମାଜିକ ଗଣମାଧ୍ୟମ ସହ ସଂଯୋଜକ ଭାବେ ଦେବୀ ପ୍ରସାଦ ଦାସ,ରାଷ୍ଟ୍ରୀୟ କଳା ମଂଚ ରାଜ୍ୟ ସହ ସଂଯୋଜିକା ଭାବେ ସୁଶ୍ରୀ ଗୌତମୀ ପାଢ଼ୀ, ଫାର୍ମାଭିଜନ ରାଜ୍ୟ ସହ ସଂଯୋଜକ ଭାବେ ସତ୍ୟବ୍ରତ ପଣ୍ଡା, ଖେଲୋ ଭାରତ ସହ ସଂଯୋଜକ ଭାବେ ଆୟୁଷ ପାଣିଗ୍ରାହୀ, ଏସ ଏଫ୍ ଡି ରାଜ୍ୟ ସହ ସଂଯୋଜକ ଭାବେ ଗୌରାଙ୍ଗ ବଳ, ଏସଏଫଏସ ସହ ସଂଯୋଜକ ଭାବେ ସାଗର ମଣ୍ଡଳ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ହିମାଂଶୁ ମହାରଣା, ଗୋପୀ କ୍ରିଷ୍ଣା ବାରିକ, ପୁଷ୍ପାଞ୍ଜଳି ଘଡାଇ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ, ରାଜ୍ୟ ସାମାଜିକ ଗଣମାଧ୍ୟମ ସହ ସଂଯୋଜକ ଦେବୀ ପ୍ରସାଦ ଦାସ, ରାଜ୍ୟ ଫାର୍ମାଭିଜନ ସହ ସଂଯୋଜକ ସତ୍ୟବ୍ରତ ପଣ୍ଡା, ରାଜ୍ୟ ରାଷ୍ଟ୍ରୀୟ କଳା ମଂଚ ସହ ସଂଯୋଜକ ସୁଶ୍ରୀ ଗୌତମୀ ପାଢ଼ୀ, ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ତଥା ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସହ ପ୍ରମୁଖ ଜ୍ୟୋତିପ୍ରକାଶ ସାହୁ ବିଶେଷ ଭାବେ ଉପସ୍ଥିତ ଥିଲେ। ତତସହିତ ଏସଏଫଡି ରାଜ୍ୟ ସହ ସଂଯୋଜକ ଗୌରାଙ୍ଗ ବଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ମହାରଣା, ରାଜ୍‌ଯ କାର୍ଯ୍ୟକାରିଣୀ ସଦସ୍ୟ ଗୋପୀ କ୍ରୀଷ୍ଣା ବାରିକ, ନଗର ସମ୍ପାଦକ କାହ୍ନା ଜେନା, ଶ୍ରୀତମ ସାମଲ, ବିକାଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.