Home Top News ଏବିପି – ସି-ଭୋଟର୍ ସର୍ଭେ : ମିଣିପୁରରେ କିଏ ଗଢ଼ିବ ସରକାର ? କାହା ଆକାଉଣ୍ଟରେ...

ଏବିପି – ସି-ଭୋଟର୍ ସର୍ଭେ : ମିଣିପୁରରେ କିଏ ଗଢ଼ିବ ସରକାର ? କାହା ଆକାଉଣ୍ଟରେ କେତେ ଆସନ ଜାଣନ୍ତୁ

61

ନୂଆ ଦିଲ୍ଲୀ ୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆସନ୍ତା ବର୍ଷ ଆରମ୍ଭରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ରାଜ୍ୟରେ ସର୍ବାଧିକ ୮୦ ଲୋକସଭା ଆସନ ଥିବା ରାଜ୍ୟ ଉତ୍ତର ପ୍ରଦେଶ ମଧ୍ୟ ଅନ୍ତର୍ଭୁକ୍ତ। ଯେଉଁଟାରେ କି ଆସନ୍ତା ବର୍ଷ ପ୍ରଥମ ତ୍ରୟମାସରେ ନିର୍ବାଚନ ହେବାକୁ ଯାଉଛି। ୨୦୨୪ ରେ ବିଜେପିକୁ କେନ୍ଦ୍ରରେ କ୍ଷମତାକୁ ଆସିବାପାଇଁ ଉତ୍ତର ପ୍ରଦେଶ ଜିତିବାକୁ ପଡ଼ିବ। ଏହା ବ୍ୟତୀତ ପଞ୍ଜାବ, ଉତ୍ତରାଖଣ୍ଡ ସହିତ ଗୋଆ ଏବଂ ମଣିପୁରରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ।

ଏବିପି ନ୍ୟୁଜ୍ ସି-ଭୋଟର ତରଫରୁ ଏକ ସର୍ଭେ କରି ଜନସାଧାରଣଙ୍କ ମନୋଭାବକୁ ଆକଳନ କରିବାକୁ ଚେଷ୍ଟା କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ନିର୍ବାଚନ ରାଜ୍ୟରେ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ଏହି ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦେଶର ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ସିଧାସଳଖ ପ୍ରଭାବ ପକାଇବ ବୋଲି ସ୍ପଷ୍ଟ ହୋଇଛି।

ଏବିପି ସିଭୋଟର୍ ସର୍ଭେରେ ମଣିପୁରର ଲୋକଙ୍କ ମନୋଭାବକୁ ନେଇ ଆକଳନ କରାଯାଇଛି।

ସର୍ଭେରେ ଆସିଥିବା ଆକଳନ ଅନୁଯାୟୀ, ୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୮ ରୁ ୨୨ ଟି ଆସନ ମିଳିପାରେ, କିନ୍ତୁ ବିଜେପି ମିଳିତ ମଞ୍ଚ ବହୁମତ ସହ ରାଜ୍ୟରେ ସରକାର ଗଠନ କରିପାରେ ବୋଲି ଆକଳନ କରାଯାଇଛି। ଆକଳନ ଅନୁଯାୟୀ, ବିଜେପିର ସହଯୋଗୀ ଦଳ ୩୨ ରୁ ୩୬ ଟି ଆସନ ପାଇବାକୁ ଯାଉଥିବା ବେଳେ, NPF କୁ କେବଳ ୨ ରୁ ୬ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ। ୦ ରୁ ୪ ଟି ସିଟ୍ ଅନ୍ୟମାନଙ୍କ ଆକାଉଣ୍ଟକୁ ଯାଇପାରେ।

ମଣିପୁରରେ କାହାକୁ ମିଳିବ କେତେ ପ୍ରତିଶତ ?

ମୋଟ ଆସନ- ୬୦

ବିଜେପି -୪୦%

କଂଗ୍ରେସ – ୩୫%

NPF-୭%।

ଅନ୍ୟ -୧୮%।

ଗତ ବିଧାନସଭା ନିର୍ବାଚନରେ କେତେ ଆସନ କାହାର ଥିଲା?

ମଣିପୁରରେ ଗତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କେବଳ ୨୧ ଟି ଆସନ ଯିତିଥିଲା, କିନ୍ତୁ ବିରେନ ସିଂଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି କ୍ଷମତା ହାସଲ କରିବାରେ ସଫଳ ହୋଇଥିଲା। ୨୮ ଟି ଆସନ ଜିତିବା ପରେ ମଧ୍ୟ ସରକାର ଗଠନ କରିବାରେ ବିଫଳ ହୋଇଥିଲା କଂଗ୍ରେସ। ଏହା ବ୍ୟତୀତ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ଚାରିଟି ଆସନ, ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ମଧ୍ୟ ଚାରିଟି ଆସନ, ଟିଏମସି ଏବଂ ଲୋକ ଜନଶକ୍ତି ପାର୍ଟି ଗୋଟିଏ ଆସନ ଏବଂ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ବିଜୟଲାଭ କରିଥିଲେ।

ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ହୋଇଥିବା ଏନ ବିରେନ ସିଂ ନିର୍ବାଚନର ଏକ ବର୍ଷ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଉଲ୍ଲେଖନୀୟ କଥା ହେଉଛି, ବିରେନ ସିଂ ଇବିବି ସିଂଙ୍କ ନେତୃତ୍ୱରେ ସରକାରରେ ଜଣେ ମନ୍ତ୍ରୀ ଥିଲେ। କିନ୍ତୁ ସେ ପ୍ରଦେଶ କଂଗ୍ରେସ କମିଟିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ।

ଟିପ୍ପଣୀ: ମଣିପୁରରେ ହୋଇଥିବା ସର୍ଭେ ପାଇଁ ସି ଭୋଟର ୧୮ ବର୍ଷରୁ ଅଧିକ ୨ ହଜାରରୁ ଅଧିକ ଲୋକଙ୍କ ସହ କଥା ହେବା ପରେ ତାଙ୍କ ମତକୁ ନେଇ ସମସ୍ତ ୬୦ ଟି ଆସନରେ ଥିବା ଲୋକଙ୍କ ମତକୁ ନେଇ ଆକଳନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.