Home Top News ଏବିପି ସିଭୋଟର୍ ସର୍ଭେ : ଗୋଆରେ ବିଜେପି ନାଁ କଂଗ୍ରେସ ? କାହାର ହେବ ସରକାର...

ଏବିପି ସିଭୋଟର୍ ସର୍ଭେ : ଗୋଆରେ ବିଜେପି ନାଁ କଂଗ୍ରେସ ? କାହାର ହେବ ସରକାର ? କାହା ଆକାଉଣ୍ଟରେ କେତେ ଆସନ ଜାଣନ୍ତୁ

90

ନୂଆ ଦିଲ୍ଲୀ ୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆସନ୍ତା ବର୍ଷ ଆରମ୍ଭରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ରାଜ୍ୟରେ ସର୍ବାଧିକ ୮୦ ଲୋକସଭା ଆସନ ଥିବା ରାଜ୍ୟ ଉତ୍ତର ପ୍ରଦେଶ ମଧ୍ୟ ଅନ୍ତର୍ଭୁକ୍ତ। ଯେଉଁଟାରେ କି ଆସନ୍ତା ବର୍ଷ ପ୍ରଥମ ତ୍ରୟମାସରେ ନିର୍ବାଚନ ହେବାକୁ ଯାଉଛି। ୨୦୨୪ ରେ ବିଜେପିକୁ କେନ୍ଦ୍ରରେ କ୍ଷମତାକୁ ଆସିବାପାଇଁ ଉତ୍ତର ପ୍ରଦେଶ ଜିତିବାକୁ ପଡ଼ିବ। ଏହା ବ୍ୟତୀତ ପଞ୍ଜାବ, ଉତ୍ତରାଖଣ୍ଡ ସହିତ ଗୋଆ ଏବଂ ମଣିପୁରରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ।

ଏବିପି ନ୍ୟୁଜ୍ ସି-ଭୋଟର ତରଫରୁ ଏକ ସର୍ଭେ କରି ଜନସାଧାରଣଙ୍କ ମନୋଭାବକୁ ଆକଳନ କରିବାକୁ ଚେଷ୍ଟା କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ନିର୍ବାଚନ ରାଜ୍ୟରେ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ଏହି ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦେଶର ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ସିଧାସଳଖ ପ୍ରଭାବ ପକାଇବ ବୋଲି ସ୍ପଷ୍ଟ ହୋଇଛି।

ତେବେ ABP Cvoter ସର୍ଭେ ଅନୁଯାୟୀ ଗୋଆରେ ୨୦୧୭ ନିର୍ବାଚନରେ କଂଗ୍ରେସ ସବୁଠୁ ବଡ ଦଳ ଭାବରେ ଉଭା ହେବା ସତ୍ତ୍ୱେ ସରକାର ଗଠନ କରିପାରି ନଥିଲା। ଯେଉଁଠି ରାଜ୍ୟର ଶାସକ ବିଜେପି ୪୦ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରେ ମାତ୍ର ୧୩ ଟି ଆସନ ପାଇ ରାଜ୍ୟ ଶାସନ କରିବାକୁ ସକ୍ଷମ ହୋଇଥିଲା। ଏହି କାରଣରୁ ଅନେକ ନେତା କଂଗ୍ରେସ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏଭଳି ପରିସ୍ଥିତିରେ, ଆସନ୍ତା ବର୍ଷ ଗୋଆରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ସି-ଭୋଟର ଦ୍ୱାରା କରାଯାଇଥିବା ଓପିନିଅନ୍‌ ପୋଲରେ ବିଜେପି ପୁଣିଥରେ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି।

୧୧ ଟି ଅଧିକ ଆସନ ପାଇପାରେ ବିଜେପି

ସର୍ଭେ ସମୟରେ ଏହା ସାମ୍ନାକୁ ଆସିଛି ଯେ ଆକଳନ ଅନୁଯାୟୀ ୨୦୨୨ ନିର୍ବାଚନରେ କଂଗ୍ରେସକୁ ୫ ଟି ଆସନ ମିଲିପାରେ। ୨୦୧୭ ରେ, କଂଗ୍ରେସକୁ ୧୭ ଟି ଆସନ ମିଳିଥିଲା। ଏଭଳି ପରିସ୍ଥିତିରେ ୧୨ ଟି ଆସନ ହରାଇ ପାରେ। ତେଣୁ ଏଥି ସହିତ ବିଜେପି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇପାରେ। ସର୍ଭେ ଅନୁଯାୟୀ, ୨୦୨୨ ନିର୍ବାଚନରେ ବିଜେପି ୨୪ ଟି ସିଟ୍ ପାଇପାରେ, ଗତ ନିର୍ବାଚନରେ ୧୩ ଟି ଆସନରେ ବିଜୟଲାଭ କରିଥିଲା। ଅର୍ଥାତ୍ ବିଜେପିକୁ ୧୧ ଟି ଆସନ ଅଧିକ ମିଳିପାରେ।

ଆପକୁ ମିଳିବ ଲାଭ
ଗୋଆ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ସର୍ଭେ ଅନୁଯାୟୀ, ଗୋଆରେ AAP କୁ ୬ ଟି ଆସନ ମିଳିପାରେ। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ୨୦୧୭ ନିର୍ବାଚନରେ ୧୦ ଟି ଆସନ ଅନ୍ୟ ଦଳର ଆକାଉଣ୍ଟରେ ଆସିଥିଲା। କିନ୍ତୁ ଏଥର ଅନ୍ୟ ଦଳର ଆକାଉଣ୍ଟରେ ୫ ଟି ଆସନ ମିଳିପାରେ, ଅର୍ଥାତ୍ ଅନ୍ୟଙ୍କ ଖାତାରୁ ୫ ଟି ଆସନ ବିଯୁକ୍ତ ହେବାର ଦେଖାଯାଉଛି।

୨୦୧୭ ନିର୍ବାଚନରେ କଂଗ୍ରେସର ଆକାଉଣ୍ଟରେ ୨୮.୪ ପ୍ରତିଶତ ଭୋଟ୍ ଅଂଶ ଥିବାବେଳେ ଆସନ୍ତା ବର୍ଷ ନିର୍ବାଚନରେ ୧୫.୪ ପ୍ରତିଶତ ଭୋଟରେ ନିଜକୁ ସନ୍ତୁଷ୍ଟ ହେବାକୁ ପଡିପାରେ। ଅର୍ଥାତ୍ ଗୋଆରେ ଭୋଟ୍ ଅଂଶ ଅନୁଯାୟୀ କଂଗ୍ରେସକୁ ୧୩ ପ୍ରତିଶତ କ୍ଷତି ସହିବାକୁ ପଡିପାରେ।

କାହାର କେତେ ଭୋଟ୍ ପ୍ରତିଶତ?

୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୨.୫ ପ୍ରତିଶତ ଭୋଟ୍ ପାଇଥିଲା, କିନ୍ତୁ ଆସନ୍ତା ବର୍ଷ ନିର୍ବାଚନରେ ଏହା ୩୯.୪ ପ୍ରତିଶତ ଭୋଟ୍ ପାଇପାରେ। ଅର୍ଥାତ୍ ୨୦୨୨ ମସିହାରେ ଭୋଟ୍ ଅଂଶଧନ ଅନୁଯାୟୀ ଗୋଆରେ ବିଜେପି ୬.୯ ପ୍ରତିଶତ ହାସଲ କରିପାରିବ। ୨୦୧୭ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲା। କିନ୍ତୁ କୌଣସି ଆସନ ପାଇ ନଥିଲା। ତେବେ ସେ ୬.୩ ପ୍ରତିଶତ ଭୋଟ୍ ମିଳିଥିଲା। ୨୦୨୨ ନିର୍ବାଚନରେ AAP ର ଭୋଟ୍ ଅଂଶ ୨୨.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.