ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ପହଂଚି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପୀଡ଼ିତା ଙ୍କ ବାପା ମା ଙ୍କୁ ଭେଟି ଶାନ୍ତ୍ୱନା ଦେବା ସହିତ ଛାତ୍ରୀ ଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏବଂ ଏମ୍ସ ର ନିର୍ଦ୍ଦେଶକ ଓ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ଘୋର ନିନ୍ଦା କରିବା ସହିତ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରି ବିଜେପି ସରକାରରେ ନାରୀ ନିର୍ଯାତନା ବଢିଛି ବୋଲି ଅଭିଯୋଗ କରିଥିଲେ । ପୀଡ଼ିତା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରିବା ପରେ ମଧ୍ୟ କିଛି ପଦକ୍ଷେପ ନେଲେ ନାହିଁ । ଗୃହ ବିଭାଗରେ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କହିଥିଲେ।
Home ଜିଲ୍ଲା ପରିକ୍ରମା ଏଫଏମ୍ କଲେଜ ଘଟଣାରେ ଏମସ୍ରେ ପହଂଚି ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ








