Home ଜିଲ୍ଲା ପରିକ୍ରମା ଏଫଏମ୍ କଲେଜର ଛାତ୍ରୀଙ୍କ ଆତ୍ମାହୂତି ଉଦ୍ୟମ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ,...

ଏଫଏମ୍ କଲେଜର ଛାତ୍ରୀଙ୍କ ଆତ୍ମାହୂତି ଉଦ୍ୟମ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

31

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୂତି ଉଦ୍ୟମ କରି ଦେହରେ ନିଆଁ ଲଗାଇ ୯୦ ଭାଗ ପୋଡି ହୋଇ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରିବା ଘଟଣା ଏବଂ ଏଥିରେ ଜଡିତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଙ୍କ କୁଶ ପୁତଳିକା ଦାହ କରାଯାଇଛି । ଜିଲ୍ଲା ସଂଯୋଜକ ଅସିତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ହଜାର ରୁ ଉର୍ଦ୍ଧ ଦଳୀୟ କର୍ମୀ ମାନେ ଏକ ବିରାଟ ରାଲିରେ ସହର ପରିକ୍ରମା କରିବା ପରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖୀରେ ପହଂଚି ମୁଖ୍ୟମନ୍ତ୍ରୀ ହାଏ ହାଏ, ଶିକ୍ଷାମନ୍ତ୍ରୀ ହାଏ, ବିଜେପି ସରକାର ହାଏ ହାଏ ନାରା ଦେଇ ଦୃଢ ପ୍ରତିବାଦ ଜଣାଇଥିଲେ ଫ ପରେ ଜିଲ୍ଲା ସଂଯୋଜକ ଅସିତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବାସୁଦେବପୁର ବିଧାୟକ ଅଶୋକ ଦାସ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଚାନ୍ଦବାଲି ନେତା ଅମୀୟ ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା,କଂଗ୍ରେସ ନେତା ନଳିନ ମହାନ୍ତି, ଦେବରୂପ ମହାନ୍ତି ପ୍ରମୁଖ ନେତା ମାନେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଘଟଣାର ଜଡିତ ଆସାମୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସହ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ ଫ ପରେ ଦଳୀୟ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ କୁଶପୁତଳିକା ଦାହ କରିଥିଲେ । ପରେ ଜିଲ୍ଲା ସଂଯୋଜକ ଅସିତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମ୍ବଳିତ ଦାବୀପତ୍ର ରାଜ୍ୟପାଳଙ୍କ ଉଦେଶ୍ୟ ପ୍ରଦାନ କରାଯଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ବିଭାଗ ଜିଲ୍ଲା ସଭାପତି ବିଦ୍ୟାଧର ଜେନା,ପ୍ରଫୁଲ୍ଲ ସାମଲ,ଙ୍କ ସମ୍ପାଦକ ଶଶିକାନ୍ତ ଜେନା,ସରୋଜ ନାୟକ, ଭରତ ତ୍ରିପାଠୀ,କଳ୍ପତରୁ ପରିଡା, ବରିଷ୍ଟ ନେତା ମୁକିତ ଖାଁ,କାଉନସିଲର ସର୍ବଶ୍ରୀ ଫରୀୟାଦ ଖାଁ, ହେମନ୍ତ ସାହୁ,ସାହିଲ କାଦ୍ରି,ରୁକସାନା ବେଗମ.ଇଲିଆସ ଖାଁ ଯୁବ ନେତା ସନିଆ ନନ୍ଦ, ରମେଶ ସ୍ୱାଇଁ, ଯୁବ ନେତା ବବଲୁ,, ତପନ ନାୟକ ବଳରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.