Home ଓଡ଼ିଶା ଏପ୍ରିଲ ପହିଲାରୁ ଶ୍ରୀମନ୍ଦିରରୁ ପ୍ଲାଷ୍ଟିକ ମୁକ୍ତ ହେବ – ଛତିଶା ନିଯୋଗ ବୈଠକରେ ନିଷ୍ପତି

ଏପ୍ରିଲ ପହିଲାରୁ ଶ୍ରୀମନ୍ଦିରରୁ ପ୍ଲାଷ୍ଟିକ ମୁକ୍ତ ହେବ – ଛତିଶା ନିଯୋଗ ବୈଠକରେ ନିଷ୍ପତି

101

ପୁରୀ, ୬/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟାନାୟକ) -ଶ୍ରୀ ମନ୍ଦିର କାର୍ଯ୍ୟାଳୟ ଠାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆଗାମୀ ୮ ତାରିଖ ମେଣ୍ଢା ପୋଡି ଓ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦୋଳପୂର୍ଣ୍ଣମିର ନୀତି ନିର୍ଘଂଟ କରାଯାଇଛି। ରାତି ୩ ଟାରେ ଦ୍ୱାର ଫିଠାହୋଇ ସମସ୍ତ ନୀତି ସଂପାଦନ କରାଯିବ। ସେହିଭଳି ଦୋଳପୂର୍ଣ୍ଣିମା ଦିନ ୧୨ ଟା ୩୦ ରୁ ମହାପ୍ରଭୁ ଙ୍କ ଚଳନ୍ତି ପ୍ରତିମା ବିମାନକୁ ବିଜେ କରି ବେଢା ପରିକ୍ରମା କରି ୧୨ ଟା ୫୦ ରେ ଦୋଳବେଦୀ କୁ ବିଜେ କରିବେ। ସେଠାରେ ସମସ୍ତ ନୀତି କାନ୍ତିସାରି ରାତି ୮ ଟା ୩୦ ମିନିଟିରେ ଶ୍ରୀ ମନ୍ଦିରକୁ ବାହୁଡା ବିଜେ କରିବେ। ପୂର୍ବ ବର୍ଷ ଭଳି ସମୟାନୁବର୍ତିତା ରକ୍ଷା ପାଇଁ ସେବାୟତ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି।

ପ୍ଲାଷ୍ଟିକ ପଲିଥିନ ରୁ ମୁକ୍ତ ହେବ ଶ୍ରୀ ମନ୍ଦିର। ପଲିଥିନ ନେଇ ବିକଳ୍ପ ବ୍ୟବସ୍ଥା କରିବ ଶ୍ରୀ ମନ୍ଦିର ପ୍ରଶାସନ। ପାନ ଗୁଟକା ପାଇଁ ଆଜି ଠାରୁ କଡାକଡି ହେବ କଟକଣା। ପାନ ଖାଇଲେ ଉଭୟ ଭକ୍ତ ଓ ସେବାୟତ ଦେବେ ୫୦୦ ଟଙ୍କା ଜରିମାନା। ଏଥିପାଇଁ ସମସ୍ତଙ୍କୁ ସଚେତନ କରାଯିବ। ଏପ୍ରିଲ ୧ ରୁ ରହିବ ଫାଇନ ବ୍ୟବସ୍ଥା। ପଲିଥିନ ପାଇଁ ମଧ୍ୟ ରହିବ ଫାଇନ।

ତେବେ କିଛି ମାସ ହେବ ଭୋଗ ମଣ୍ଡପ ବିଳମ୍ବ ହେଉଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସଅଳ ନୀତି ସହ ଦିନ ୧୨ ଟା ସୁଧା ଭୋଗ ମଣ୍ଡପ ସରିବା ନେଇ ନିଷ୍ପତି ହୋଇଛି। ସେବାୟତ ଙ୍କ ସମସ୍ୟା ନେଇ ବ୍ୟକ୍ତି ଗତ ଆଲୋଚନା କରିବେ ନୀତି ପ୍ରଶାସକ। ଶ୍ରୀ ମନ୍ଦିର ଚତୁପାଶ୍ୱର୍ରେ ଚାଲିଥିବା ଉଛେଦ କାର୍ଯ୍ୟ ପରେ ଦକ୍ଷିଣ ଦ୍ୱାର ପଟେ ନାଳ ପାଣି ଭାସୁଥିବା ନେଇ ଅସନ୍ତୋସ ପ୍ରକାଶ ପାଇଥିଲା। ତେବେ ଏହାର ସମାଧାନ ପାଇଁ ଜିଲା ପ୍ରଶାସନ କୁ ଦାୟିତ୍ୱ ଦିଆଯାଇଛି ବୋଲି ନିଷ୍ପତି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.