ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ) : ନୂଆ ଦିଲ୍ଲୀରୁ ବିଶାଖାପାଟନାମ ଯାଉଥିବା ଏପି ଏକ୍ସପ୍ରେସର B1 ବଗିରେ ନିଆଁ ଲାଗିଥିଲା। ନୂଆ ଦିଲ୍ଲୀରୁ ଟ୍ରେନ ଛାଡ଼ିବାର କେବଳ ଏକଘଣ୍ଟା ମଧ୍ୟରେ ଏହି ନିଆଁ ଲାଗିଥିଲା। କିନ୍ତୁ ସୌଭାଗ୍ୟର କଥାଯେ, ସମୟ ପୂର୍ବରୁ ଯାତ୍ରୀମାନେ ଆଲାର୍ମ ଦବାଇବା ପରେ ଟ୍ରେନକୁ ରୋକାଯାଇଥିଲା। ରେଳବାଇ କର୍ମଚାରୀ ଏବଂ ରେଳବାଇ ପୋଲିସମାନଙ୍କ ସହାୟତାରେ ଲୋକମାନଙ୍କୁ ବଗିରୁ ଓହ୍ଲାଇ ଦିଆଯାଇଥିଲା ଏବଂ ନିଆଁ ଲିଭାଇବା ପରେ ଗାଡ଼ି ଯାତ୍ରା କରିଥିଲା। ଏଥିରେ କୌଣସି ଧନ ଜୀବନ କ୍ଷତି ହୋଇନାହିଁ।