Home କେନ୍ଦୁଝର ଏପଟ ସେପଟ ଆଶଙ୍କାରେ ଷ୍ଟ୍ରଙ୍ଗରୁମ ଜଗିଛନ୍ତି କର୍ମୀ, ଏଲ.ଇ.ଡି. ଲଗାଇବାକୁ ଦାବି

ଏପଟ ସେପଟ ଆଶଙ୍କାରେ ଷ୍ଟ୍ରଙ୍ଗରୁମ ଜଗିଛନ୍ତି କର୍ମୀ, ଏଲ.ଇ.ଡି. ଲଗାଇବାକୁ ଦାବି

80

ହାଟଡ଼ିହି, ୨୨/୨/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ସେହିଦିନ କରାନଯାଇ ଭିନ୍ନ ଦିନରେ କରାଯାଉଛି । ଭୋଟବାକ୍ସ ଗୁଡିକୁ ବୁଥରୁ ଅଣାଯାଇ ବ୍ଲକ ପକ୍ଷରୁ ନିର୍ମାଣ କରାଯାଇଥିବା ଷ୍ଟ୍ରଙ୍ଗରୁମରେ ରଖା ଯାଇଛି । ଏହି ଷ୍ଟଙ୍ଗରୁମରେ କାଳେ ଭୋଟ ବାକ୍ସ ଗୁଡିକ ଖୋଲି ଭୋଟ ଏପଟ ସେପଟ କରାଯିବ ସେହି ଆଶଙ୍କାରେ କିଛି ପ୍ରାର୍ଥୀ ଓ କିଛି ପ୍ରାର୍ଥୀଙ୍କ ସମର୍ଥକ ଓ ବିଜେପି କର୍ମୀମାନେ ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ଜଗି ରହିଛନ୍ତି । ଗତକାଲି ଠାରୁ ବିଜେପି ନେତା ପ୍ରେମାନନ୍ଦ ମିଶ୍ର, ହରିହର ଜେନା, ରାଜକିଶୋର ଜେନା, ସୁବ୍ରତ ଜେନା, ଅଲେଖ ପାତ୍ର, ଗଣେଷ ମଲ୍ଲିକ, ପ୍ରଦ୍ୟୁମ୍ନ ମଲ୍ଲିକ, ମୃତ୍ୟୁଞ୍ଜୟ ଜେନା, ସଂଘର୍ଷ ଜେନା ପ୍ରମୁଖ କଲେଜ ସମ୍ମୁଖରେ ପାଳିକରି ଜଗିବସିଥିବା ଦେଖିବାକୁ ମିଳୁଛି । ଅନ୍ୟ ଜିଲ୍ଲା ଓ ଅନ୍ୟ ବ୍ଲକର ଷ୍ଟ୍ରଙ୍ଗରୁମ ଗୁଡିକ ଭଳି ଏଠାରେ ମଧ୍ୟ ବାହାରେ ଏଲଇଡି ଲଗାଯାଇ ସିସିକ୍ୟାମରା ସହିତ ସଂଯୁକ୍ତ କରାଯାଉ, ଯଦଦ୍ୱାରାକି ଷ୍ଟଙ୍ଗରୁମର ସମସ୍ତ କାର୍ଯ୍ୟ ବାହାରେ ସର୍ବସାଧାରଣ ଲୋକମାନେ ଦେଖି ପାରିବେ ବୋଲି ବିଜେପି ନେତା ଆଲୋକ ସେଠୀ ଦାବି କରିଛନ୍ତି । ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବାହାରେ ଏଲଇଡି ଲଗାଇବା ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.