Home ଅନୁଗୁଳ ଏନ୍‌.ଟି.ପି.ସି କଣିହାଁ ପକ୍ଷରୁ ସ୍ଥାନୀୟ ଅଂଚଳର ଅସହାୟ,ଗରିବମାନଙ୍କୁ ଖାଦ୍ୟସାମଗ୍ରୀ ପ୍ରଦାନ

ଏନ୍‌.ଟି.ପି.ସି କଣିହାଁ ପକ୍ଷରୁ ସ୍ଥାନୀୟ ଅଂଚଳର ଅସହାୟ,ଗରିବମାନଙ୍କୁ ଖାଦ୍ୟସାମଗ୍ରୀ ପ୍ରଦାନ

201

ତାଳଚେର,୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା(କୋବିଡ଼-୧୯)ଯୋଗୁଁ ସାରା ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଏନ୍‌.ଟି.ପି.ସି ତାଳଚେର କଣିହାଁ ଏଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିଛି । ଏନ୍‌.ଟି.ପି.ସି କଣିହାଁ ପ୍ଲାଂଟର ଆଖପାଖ ଅଂଚଳରେ ବାସ କରୁଥିବା ଅଭାବୀ,ଗରିବ ପରିବାରଗୁଡ଼ିକ ନିକଟରେ ପ୍ରକଳ୍ପର ସ୍ୱତନ୍ତ୍ର ସ୍ୱେଚ୍ଛାସେବୀମାନେ ମାନେ ପହଂଚି ସେମାନଙ୍କୁ ରିଲିଫ ପ୍ରଦାନ କରିଛନ୍ତି । ସମଲ ବ୍ୟାରେଜ ଲେବର କଲୋନୀ, ମାଙ୍କେଡ଼ିଆ ସାହି ଆଦିରେ ବାସ କରୁଥିବା ୧ହଜାର ଗ୍ରାମବାସୀଙ୍କୁ ପ୍ରକଳ୍ପ ପକ୍ଷରୁ ନିୟୋଜିତ ସ୍ୱେଚ୍ଛାସେବୀମାନେ କରୋନା ଭୂତାଣୁ ସଂକ୍ରମଣ ବିଷୟରେ ସଚେତନ କରାଇବାସହ ସରକାରଙ୍କ ଦ୍ୱାରା ଜାରି ବିଭିନ୍ନ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀମାନେ ଚାଉଳ,ଡାଲି, ପରିବା ସମେତ ସାବୁନ୍ ଏବଂ ଡିଟରଜେଂଟ ଆଦି ଲୋକଙ୍କୁ ପ୍ରଦାନ କରିବାସହ ନିୟମିତ ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ପରାମର୍ଶ ପ୍ରଦାନ କରିଥିଲେ । ବିଶେଷକରି ବରିଷ୍ଠ ନାଗରିକ ଏବଂ ବୃଦ୍ଧାମାନଙ୍କୁ ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି । ଏନ୍‌.ଟି.ପି.ସି କଣିହାଁର ଏହି ଅଧିକାରୀକ ସ୍ୱେଚ୍ଛାସେବୀ ଦଳ ଲକ୍ ଡାଉନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଦିନ ମଜୁରିଆମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦେବାକୁ ମଧ୍ୟ ନିଷ୍ପତି ହୋଇଥିଲା । ଆଗାମୀ ଦିନରେ ମଧ୍ୟ ଏନ୍‌.ଟି.ପି.ସି କଣିହାଁ ପ୍ଲାଂଟ ପକ୍ଷରୁ ଏଭଳି ସହାୟତା ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.