Home ଅନୁଗୁଳ ଏନ୍‌.ଟି.ପି.ସି କଣିହାଁ କର୍ମଚାରୀମାନଙ୍କ ପକ୍ଷରୁ ଗଲୱାନ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ

ଏନ୍‌.ଟି.ପି.ସି କଣିହାଁ କର୍ମଚାରୀମାନଙ୍କ ପକ୍ଷରୁ ଗଲୱାନ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ

73

ତାଳଚେର,୧୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ସମ୍ମାନର ନିଦର୍ଶନ ଭାବେ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସହିତ ହିଂସାତ୍ମକ ସଂଘର୍ଷରେ         ସହିଦ ହୋଇଥିବା ୨୦ଜଣ ଯବାନଙ୍କୁ ଏନ୍‌.ଟି.ପି.ସି ତାଳଚେର କଣିହାଁର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।       ଏହି ପରିପ୍ରେକ୍ଷୀରେ ଷ୍ଟେସନର ପିଟିଏସ୍ ସପିଂ କମ୍ପେ୍ଲକ୍ସ ଠାରେ ଜୁନ୍ ୧୮ ତାରିଖରେ ଏକ ଛୋଟ ସମାରୋହର ଆୟୋଜନ କରାଯାଇଥିଲା । ଯେଉଁଥିରେ ପ୍ରକଳ୍ପର କର୍ମଚାରୀ,ଶ୍ରମିକ ସଂଘ, ଆସୋସିଏସନ ଏବଂ କଲ୍ୟାଣକାରୀ ସଂସ୍ଥାର ପ୍ରତିନିଧିଗଣ ସହିଦ ଏବଂ ସେମାନଙ୍କ ପରିବାରମାନଙ୍କ ପାଇଁ ୧ ମିନିଟ୍ କାଳ ନୀରବ ପ୍ରାର୍ଥନା କରିଥିଲେ । ଆବଶ୍ୟକୀୟ ସାମାଜିକ ଦୂରତ୍ୱ ନିୟମ ଏବଂ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ପାଳନ କରି ବୀର ଯବାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ମହମବତୀ    ଏବଂ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସେହିପରି ବହୁ ସଂଖ୍ୟାରେ କର୍ମଚାରୀ ନିଜ ନିଜର ଘରେ ପରିବାରବର୍ଗଙ୍କ ସହ ଦୀପ ଜାଳି ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ  ଥିଲେ ଏବଂ ସେମାନଙ୍କ ପରିବାର ନିମନ୍ତେ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.