ତାଳଚେର,୧୮/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏନ୍.ଟି.ପି.ସି କଣିହାଁର ଏସ୍ସି ଓ ଏସଟି କର୍ମଚାରୀ କଲ୍ୟାଣ ସଂଘ ଦ୍ୱାରା ଆୟୋଜିତ ଉକ୍ତ କାର୍ୟ୍ୟକ୍ରମରେ ପ୍ରକଳ୍ପ ସିଜିଏମ୍ ସୁଦୀପ ନାଗ,ଜିଏମ୍ (ଓ ଆଣ୍ଡ ଏମ୍) ଏନ୍.ଏସ୍.ରାଓ,ଏଜିଏମ୍(ଏଚ.ଆର)କେ.ଏସ୍.ଶର୍ମା,ସଂଘର ସଭାପତି ବିରୁପାକ୍ଷ ପ୍ରଧାନ ଏବଂ ସମ୍ପାଦକ ଅରୁଣ କୁମାର ନାଏକ ଏବଂ ଅନ୍ୟାନ୍ୟ ସଦସ୍ୟଗଣ ଯୋଗ ଦେଇ ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ଥାନୀୟ ଏସ୍ସି ଓ ଏସଟି କର୍ମଚାରୀ କଲ୍ୟାଣ ସଂଘ କାର୍ୟ୍ୟାଳୟଠାରେ ଉକ୍ତ ଶ୍ରଦ୍ଧାଞ୍ଜଳୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ କାର୍ୟ୍ୟକ୍ରମ ସ୍ଥଳରେ ଯଥେଷ୍ଟ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଇ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା ।








