ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବରପୁତ୍ରଙ୍କ ମାଟି ଆଗରପଡାକୁ ତୁରନ୍ତ ଏନ୍ଏସି ଘୋଷଣା ଦାବିରେ ଆଜି ବିଜେଡି ପକ୍ଷରୁ ୧୦ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଘଟିକାରୁ ଏହି ବନ୍ଦ ଡାକରା ଦିଆଯାଇଥିବାରୁ ସମସ୍ତ ଦୋକାନ ବଜାର ଓ ଗାଡି ମଟର ଚଳାଚଳ ବନ୍ଦ ରହିଥିଲା । ସକାଳେ ଶତାଧିକ ଦଳୀୟ କର୍ମୀ କୁଆଁସମଢିଆ ଛକସ୍ଥିତ ମହତାବଙ୍କ ପ୍ରତିମୂର୍ତ ରେ ମାଲ୍ୟାର୍ପଣ କରି ବିଜୁ ପଟ୍ଟନାୟକ ପ୍ରତିମୂର୍ତୀରେ ମାଲ୍ୟର୍ପଣ ସହ ବାଇକ୍ ଶୋଭାଯାତ୍ରାରେ ଆସି କଲେଜ ଛକ ଠାରେ ପ୍ରତିବାଦ ସଭା କରିଥିଲେ । ସଭାକୁ ବରିଷ୍ଠ ବିଜେଡି ନେତା ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ ଦାଶ ଅଧ୍ୟକ୍ଷତା କରି କହିଲେ,ରାଜ୍ୟରେ ମୋହନ ସରକାର ମହତାବଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିବା ବେଳେ ତାଙ୍କ ପରି ଜଣେ ରାଷ୍ଟ୍ରିୟ ନେତାଙ୍କୁ ସମ୍ମାନ ଦେଇ ଏହି ମାଟି ପ୍ରତି କୌଣସି ଅଭିସନ୍ଧି ନରଖି ଏନ୍ଏସିର ମାନ୍ୟତା ଦିଅନ୍ତୁ । ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ୍ ପ୍ରଥମେ ବିଧାନ ସଭାରେ କରିଥିବା ଏନ୍ଏସି ସର୍ମ୍ପକିତ ପ୍ରଶ୍ନ ଓ ବିଭାଗୀୟ ମନ୍ତ୍ରୀଙ୍କ ଉତର ଶୁଣାଇ ଥିଲେ । ଆଗରପଡା ନବ ଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କ ଜନ୍ମମାଟି, ଭଦ୍ରକ ସାଂସଦ ମଧ୍ୟ ସମ୍ପୃକ୍ତ ଅଂଚଳର । ଏ ଅଂଚଳର ନ୍ୟାର୍ଯ୍ୟ ଦାବି ପାଇଁ ଆମେ ସମସ୍ତେ ଏକ ହୋଇ ବିଭାଗୀୟ ମନ୍ତ୍ରୀ, ସାଂସଦ ଓ ଏହି ମାଟିର ଅନ୍ୟତମ ବରପୁତ୍ର କଟକ ସାଂସଦଙ୍କ ନିକଟରେ ନିବେଦନ ରଖୁଛୁ ସେ ତାଙ୍କର ଦାୟିତ୍ୱ ଓ କର୍ତବ୍ୟ ପାଳନ ପୂର୍ବକ ତୁତନ୍ତ ଏନ୍ଏସି ଘୋଷଣା କରନ୍ତୁ । ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲ୍ଲାପରିଷଦ ସଭ୍ୟା ରୁନିତା ଦାସ, ମହାନ୍ତିପଡା ସରପଞ୍ଜ ନିହାର ରଞ୍ଜନ ପଣ୍ଡା, ବଡମହିଷଗୋଠ ସରପଂଚ ବିନୋଦିନୀ ମହାନ୍ତି, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ,ବ୍ଲକ ବିଜେଡି ସଭାପତି ଲକ୍ଷ୍ମିକାନ୍ତ ମହାନ୍ତି, ଯୁବ ସଭାପତି ସତ୍ୟସାଧନ ବେଜ୍,ପୂର୍ବତନ ସରପଂଚ ଶଙ୍କର୍ଷଣ ରଥ, ଜଇନୁଲ୍ ଆବେଦିନ୍,ଶ୍ରୀନାଥ ମହାନ୍ତି,ଅଶୋକ ପାଣିଗ୍ରାହୀ, ବି.ଟି ପୁର ସମିତିସଭ୍ୟା ଜୋର୍ତିର୍ର୍ମୟୀ ପଣ୍ଡା, ଜିଲ୍ଲା ଯୁବ ବିଜେଡି ଉପସଭାପତି ପ୍ରଦୁମ୍ନ୍ୟ ପୁହାଣ, ସୁରେଶ ପୃଷ୍ଟି, ଜିତେନ୍ଦ୍ର ଶତପଥି ପ୍ରମୁଖ ପୂର୍ବର ବିଜେଡି ସରକାର ଏନ୍ଏସି ଘୋଷଣାରେ ଅଂଚଳବାସୀ ଖୁସି ମନାଇ ଥିଲୁ , ମାତ୍ର ଏବେକାର ସରକାର ଆମକୁ ଧକ୍କା ଦେଇଥିବା ବେଳେ ଅଗ୍ରାଧିକାର ଭିତିରେ ଏନ୍ଏସି ଘୋଷଣାର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଦିବା ସାଢେ ୧୨ ଘଟିକାରେ ଭଦ୍ରକ ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଦାବିପତ୍ର ଗ୍ରହଣ ପରେ ଗଣ ଧାରଣା ଓ ପ୍ରତିବାଦ ସଭା ପ୍ରତ୍ୟାହାର ହୋଇଥିଲା । ଆଜିର ଏହି ବନ୍ଦ ଡାକରାକୁ ଜନ ସମର୍ଥନ ମିଳିଥିବା ଦେଖା ଯାଇଥିଲା ।
Home ଜିଲ୍ଲା ପରିକ୍ରମା ଏନ୍ଏସି ଘୋଷଣା ଦାବିରେ ବିଜେଡିର ଆଗରପଡା ବନ୍ଦ,ବିଧାୟକ ସଞ୍ଜିବଙ୍କ ପ୍ରଶ୍ନ ଓ ମନ୍ତ୍ରୀଙ୍କ ଉତର ଶୁଣାଇଲେ








