Home ଅନୁଗୁଳ ଏନଟିପିସି ତାଳଚେର ଥର୍ମାଲରେ ତ୍ରିରଙ୍ଗା ଶୋଭାଯାତ୍ରା

ଏନଟିପିସି ତାଳଚେର ଥର୍ମାଲରେ ତ୍ରିରଙ୍ଗା ଶୋଭାଯାତ୍ରା

25

ତାଳଚେର, ୧୪/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଆଜାଦିର ଅମୃତ ମହୋତ୍ସବ ସାରା ଦେଶରେ ପାଳନ ହେଉଥିବା ବେଳେ, ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟ ତରଫରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ପ୍ରଶାସନିକ ଭବନରୁ ମୁଖ୍ୟ ମହାପ୍ରବନ୍ଧକ ଗୌତମ ଦେବଙ୍କ ନେତୃତ୍ୱରେ ଆୟୋଜିତ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ପ୍ଲାଣ୍ଟର ସମସ୍ତ କର୍ମଚାରୀ, ସିଆଇଏସଏଫ୍ ପ୍ଲାଟୁନ ଯୋଗ ଦେଇଥିଲେ। ବନ୍ଦେ ମାତରଂ, ଭାରତ ମାତା କି ଜୟ ଧ୍ୱନିରେ ଶୋଭାଯାତ୍ରା କାରଖାନାର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଜନସାଧାରଣ ଓ ଦେଶବାସୀଙ୍କ ମଧ୍ୟରେ ଜାତୀୟତା ଭକ୍ତି ଉଦ୍ରେକ କରିବା ଓ ଦେଶ ପ୍ରତି ସମର୍ପିତ ହେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିଲା। ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ଅତୀବ ଆନନ୍ଦ ଓ ପ୍ରେରଣାରେ ଉଦ୍ବୁଦ୍ଧ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.