Home ଅନୁଗୁଳ ଏନଟିପିସି କଣିହାଁରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଏନଟିପିସି କଣିହାଁରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

37

ତାଳଚେର, ୧୬/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଏନଟିପିସି ତାଳଚର କଣିହାଁ ପକ୍ଷରୁ ଦେଶର ୭୬ତମ ସ୍ୱାଧୀନତା ଦିବସକୁ ‘ଆଜାଦି କା ଅମୃତ ମହୋତ୍ସବ’ ବିଷୟବସ୍ତୁ ସହିତ ଦେଶପ୍ରେମ ମନୋଭାବ ସହିତ ପାଳନ କରାଯାଇଛି। ପ୍ରକଳ୍ପର ସିଜିଏମ୍ କେ. ସୁନ୍ଦରାମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ। ଏହାପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ପରେଡ ଅଭିବାଦନ ଗ୍ରହଣ କରିବାପରେ ସିଆଇଏସଏଫ ଗାର୍ଡ ଅଫ୍ ଅନର ଗ୍ରହଣ କରିଥିଲେ। ଡ.ବି.ଆର ଆମ୍ବେଦକର ଷ୍ଟାଡିୟମରେ ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ସୁନ୍ଦରାମ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱାଧୀନତା ସଂଗ୍ରାମ ସମୟରେ ସେମାନଙ୍କର ଗୈାରବମୟ ଅବଦାନକୁ ମନେ ପକାଇଥିଲେ। ନିଜ ଅଭିଭାଷଣରେ ସେ ତାଳଚେର କଣିହାଁ ଦ୍ୱାରା ପ୍ରାପ୍ତ ସଫଳତାଗୁଡ଼ିକୁ ଉଲ୍ଲେଖ କରିବାସହ କୋଭିଡ -୧୯ ମହାମାରୀ ସମୟରେ ଦେଶକୁ ନିରବଚ୍ଛିନ୍ନ ଶକ୍ତି ସୁନିଶ୍ଚିତ କରିବା ପାଇଁ ଅନବରତ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ସହଯୋଗୀଙ୍କ ଦଳଗତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏନଟିପିସି କଣିହାଁ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛି ଏବଂ ବର୍ତମାନ ଏହା ସମସ୍ତ ଏନଟିପିସି ଷ୍ଟେସନ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ବୋଲି ସେ କହିଥିଲେ। ଏହି ସଫଳତା ପାଇଁ ସେ ଟିମ୍ କଣିହାଁଙ୍କୁ ପ୍ରଶଂସା କରିଥିଲେ ଏବଂ ସମସ୍ତଙ୍କୁ ଭଲ କାମ ଜାରି ରଖିବାକୁ ଅନୁରୋଧ କରିଥିଲେ। ଏନଟିପିସି କଣିହାଁ ନିଜର ସିଏସଆର ଯୋଜନାରେ ବାଳିକା ସଶକ୍ତିକରଣ ମିଶନ, ମୋବାଇଲ ହେଲଥ ୟୁନିଟ୍ ଏବଂ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମମାନ ଆୟୋଜନ କରି ଷ୍ଟେସନର ପ୍ରତିବଦ୍ଧତାକୁ ଦର୍ଶାଇ ଥିବାର ସେ କହିଥିଲେ। ଏନଟିପିସି ତାଳଚେରର ସଫଳତା ପାଇଁ ସମସ୍ତ ହିତାଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇ ସେ ତାଙ୍କର ବକ୍ତବ୍ୟ ସମାପନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସୁନ୍ଦରାମ ବରିଷ୍ଠ ଅଧିକାରୀ, ୟୁନିଅନ୍ସ ଆଣ୍ଡ ଆସୋସିଏସନ, ଏସସି / ଏସଟି ଆସୋସିଏସନର ପ୍ରତିନିଧୀ, ଲେଡିଜ କ୍ଲବ ସଦସ୍ୟମାନଙ୍କ ଉପସ୍ଥିତିରେ ୭୦ ଜଣ କର୍ମଚାରୀଙ୍କୁ ମେରିଟୋରିୟସ ପୁରସ୍କାର, ୫ ଜଣ କର୍ମଚାରୀଙ୍କୁ ପାୱାର ଏକସେଲ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହିତ ସିଆଇଏସଏଫ୍ ର କର୍ମଚାରୀଙ୍କୁ ସେମାନଙ୍କ ଅବଦାନ ପାଇଁ ମଧ୍ୟ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.