Home ଓଡ଼ିଶା ଏନକାଉଣ୍ଟରରେ ଆହତ ଦୁର୍ଦ୍ଧାନ୍ତ ଅପରାଧୀ ଚିକିତ୍ସାଧୀନ ଅବସ୍ଥାରେ ହସପିଟାଲରୁ ଫେରାର: ପାଞ୍ଚ ପୋଲିସ ସସପେଣ୍ଡ

ଏନକାଉଣ୍ଟରରେ ଆହତ ଦୁର୍ଦ୍ଧାନ୍ତ ଅପରାଧୀ ଚିକିତ୍ସାଧୀନ ଅବସ୍ଥାରେ ହସପିଟାଲରୁ ଫେରାର: ପାଞ୍ଚ ପୋଲିସ ସସପେଣ୍ଡ

110

ବ୍ରହ୍ମପୁର: ୨୫/୧୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଏକ ଏନକାଉଣ୍ଟର ଘଟଣାରେ ପୋଲିସ କବ୍ଜାକୁ ଆସିଥିବା ଅପରାଧୀ ଚିକିତ୍ସାଧୀନ ଅବସ୍ଥାରେ ହସପିଟାଲରୁ ଚମ୍ପଟ ମାରିଛି। ତାକୁ ପୁଣି ଧରିବାକୁ ପୋଲିସର ଏକ ସ୍ୱତନ୍ତ୍ର ଦଳ ଲାଗିପଡିଛନ୍ତି। ସେହି ଅପରାଧୀଙ୍କୁ ଜଗି ରହିଥିବା ପୋଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଡ୍ୟୁଟିରୁ ସସପେଣ୍ଡ କରାଯାଇଛି।

ବାବୁ ନାୟକ ନାମକ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ପୁଣି ବ୍ରହ୍ମପୁର ଏମ.କେ.ସି.ଜି.ମେଡିକାଲ କଲେଜ ହସ୍ପିଟାଲ ରୁ ଚମ୍ପଟ ମାରିଛି। କିଛିଦିନ ତଳେ ବାବୁ ଙ୍କୁ ଗଞ୍ଜାମ ପୋଲିସ ଏନକାଉଣ୍ଟର କରି ଗିରଫ କରିଥିଲେ । ସେ ଭଞ୍ଜନଗର ଜେଲରେ ଥିବାବେଳେ ଦୁଇମାସ ତଳେ ଚମ୍ପଟ ମାରିଥିଲା । ଦୀର୍ଘ ଏକମାସ ପରେ ସେ ଭଞ୍ଜନଗରରୁ ଧରପଡିଥିଲା । ଏକ ବାଇକ ରେ ସେ ଏବଂ ତାଙ୍କ ସହଯୋଗୀମାନେ କିଛି ଅଘଟଣ ଘଟାଇବା ପାଇଁ ହାତରେ ବୋମା ଧରି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଏପରିକି ଦୁର୍ଘଟଣା ବେଳେ ବୋମା ଫୁଟି ସେ ଆହତ ହୋଇଥିଲେ ଉକ୍ତଦିନ ହିଁ ପୋଲିସ ତାଙ୍କୁ ଗିରଫ କରିଥିଲେ । ଆହତ ଅବସ୍ଥାରେ ତାକୁ ବ୍ରହ୍ମପୁର ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସେ ପୋଲିସ ବଳୟ ଭିତରୁ ଫେରାର ହୋଇଯାଇଛି। ଏହି ଘଟଣା ପରେ ଗଞ୍ଜାମ ଏସ.ପି. ଶ୍ରୀ ବ୍ରିଜେଶ ରାୟ ବଡ଼ମେଡିକାଲ ରେ ବାବୁଙ୍କୁ ଜଗିଥିବା ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ବାବୁଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.