Home ଜିଲ୍ଲା ପରିକ୍ରମା ଏନଆରଜିଏସ୍ ଉପରେ ସାମାଜିକ ସମୀକ୍ଷା, ଉପକାରିତା, ସଚେତନତା ଓ ତାଲିମ ଶିବିର

ଏନଆରଜିଏସ୍ ଉପରେ ସାମାଜିକ ସମୀକ୍ଷା, ଉପକାରିତା, ସଚେତନତା ଓ ତାଲିମ ଶିବିର

23

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଧାମନଗର ବ୍ଲକରେ ଏନଆରଜିଏସ୍ ଉପରେ ସାମାଜିକ ସଚେତନତା ଓ ତାଲିମ ଶିବିର କରଯାଇଛି। ପ୍ରଥମେ ରାଧାବଲ୍ଲଭପୁର ପଂଚାୟତରେ ସାମାଜିକ ସମୀକ୍ଷମାନଙ୍କ ଦ୍ୱାରା ଏକ ଜନ ଜାଗରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଏସଏ ଜଗନ୍ନାଥ ପଣ୍ଡାଙ୍କ ନେତୃତ୍ୱରେ ପ୍ରତ୍ୟେକ ପଂଚାୟତ ସ୍ତରରେ କର୍ଯ୍ୟକରୁଥିବା ସାମାଜିକ ସମୀକ୍ଷକ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଭାଗନେଇ ଝାଟିଆସାହି ବଜାରରୁ ହାତରେ ବ୍ୟାନର ଓ ପୋଷ୍ଟର ଧରି ବିଭିନ୍ନ ସଚେତନତା ନାରା ଲଗାଇ ବନ୍ଧଟିଆ ହୋଇ ପଂଚାୟତ କାର୍ଯ୍ୟାଳୟରେ ପହଂଚି ଶ୍ରମିକ ମାନଙ୍କର ଅଧିକାର ଓ ନ୍ୟାର୍ଯ୍ୟଦାବୀ ଏବଂ ସାମାଜିକ ସମୀକ୍ଷାର ଉତର ଦାୟିତ୍ୱ ଓ ସ୍ୱଚ୍ଛତା ବିଷୟରେ ସଚେତନା କରିଥିଲେ। ପରେ ପଂଚାୟତ ସମିତି ସଭାଗୃହ ପରିସରରେ ବିଡିଓ ବନବିହାରୀ ଦିନ୍ଦାଙ୍କ ନେତୃତ୍ୱରେ ସାମାଜିକ ସମୀକ୍ଷମାନଙ୍କୁ ନେଇ ଏକ ତାଲିମ ଶିବିର ଆୟୋଜନ ହୋଇଥିଲା। ଏଥିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଇନର ମୂଳ ଲକ୍ଷ, ଗ୍ରାମାଞ୍ଚଳରେ ଶ୍ରମିକ ମାନଙ୍କୁ ୧୦୦ ଦିନର କାମ ଯୋଗାଇଦେବା ଓ ସେମାନଙ୍କର ଜୀବନ ଜୀବିକା ସୁରକ୍ଷାରେ ଉନ୍ନତି ଆଣିବା ସହ ସମସ୍ତ ଶ୍ରମିକ ପରିବାର ଆର୍ôଥକ ପରିସ୍ଥିତିକୁ ସ୍ୱଚ୍ଛଳ କରିବା, ଶ୍ରମିକମାନଙ୍କର ଅଧିକାର ଓ ନ୍ୟାର୍ଯ୍ୟଦାବୀ, ସ୍ୱଚ୍ଛତା ଉତରଦାୟିତ୍ୱ ଏବଂ ସାମାଜିକ ସମୀକ୍ଷା ଉପକାରିତା ଉପରେ ସଚେତନତା ଓ ତାଲିମ ପ୍ରଦାନ କରାଯାଇଥିଲା। ଏହି ଦ୍ୱୟ କାର୍ଯ୍ୟକ୍ରମରେ ବିଡ଼ିଓଙ୍କ ସମେତ ଏବିଡିଓ ଶର୍ମିଷ୍ଠା ମଲ୍ଲିକ, ସହକାରୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ହେମ୍ରମ, ଯୋଗାଣ ଅଧିକାରୀ ରସାନନ୍ଦ ସାହୁ, ଏପିଓ ପୀୟୂଷ ରଞ୍ଜନ ରାଉତ୍‌, କନିଷ୍ଟ ଯନ୍ତ୍ରୀ ଦେବେନ୍ଦ୍ର ନାୟକ, ଏନଆରଜିଏସ୍ ସହଯୋଗୀ ସନ୍ଧ୍ୟା ରାଣୀ ସାମଲ, ସରପଂଚ ପ୍ରୀତମ୍ ଦାସ, ଏଡିଓ ଅରୁଣ ପଲାଇ, କୃଷକ ସାଥୀ ଶୁଶାନ୍ତ ଲେଙ୍କା, ପ୍ରଦିପ ଦାସ, ଓ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.