Home ଓଡ଼ିଶା ଏଥର ଓଡିଶାରେ ଜଣେ ଓଡିଶା କହୁଥିବା ଓ ବୁଝୁଥିବା ମୁଖ୍ୟମନ୍ତ୍ରୀ ହେବେ : ଅମିତ ଶାହା

ଏଥର ଓଡିଶାରେ ଜଣେ ଓଡିଶା କହୁଥିବା ଓ ବୁଝୁଥିବା ମୁଖ୍ୟମନ୍ତ୍ରୀ ହେବେ : ଅମିତ ଶାହା

2427

ଯାଜପୁର ସୁକିନ୍ଦାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା
– ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ବର୍ଷ ଶାସନ କାଳରେ ଓଡିଶାର ବିକାଶ ପାଇଁ କୌଣସି ସୁଯୋଗକୁ ହାତଛଡା ନକରିବା ଓଡିଶାକୁ ୫ଲକ୍ଷ ୫୬ ହଜାର କୋଟି ଟଙ୍କାର ଅନୁଦାନ ଦେଇଛନ୍ତି
– ଓଡିଶାରେ ଖଣି ଦୁର୍ନୀତିରେ ବିଜେଡି ସରକାର ଅମଳରେ ହଜାର ହଜାର କୋଟି ଟଙ୍କାର ଅର୍ଥ ବିଜେଡି ନେତା ଏବଂ ବାବୁ ମାନେ ଖାଇଗଲେ
– ଓଡିଶାରେ ବିଜେପି ସରକାର ଆସିଲେ ଓଡିଶାର ପଇସା ଯେଉଁମାନେ ଖାଇଛନ୍ତି ସେମାନଙ୍କୁ ୯୦ ଦିନ ଭିତରେ ଜେଲ୍ ପଠାଯିବ
– ଚିଟଫଣ୍ଡରେ ଗରିବ ଲୋକଙ୍କ ଝାଳବୁହା ୬ ହଜାର କୋଟିରୁ ଅଧିକ ଟଙ୍କାକୁ ବିଜେଡି ନେତା ଖାଇଯାଇଛନ୍ତି। ବିଜେପି ସରକାର ଆସିଲେ ୯୦ ଦିନ ଭିତରେ ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତି ଥିବା ଦୋଷୀଙ୍କୁ ଜେଲକୁ ପଠାଯିବ

ସୁକିନ୍ଦା/ଭୁବନେଶ୍ୱର, ତା ୨୭/୦୪(ଓଡ଼ିଆ ପୁଅ): ପୂରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ବନାଇବା ପାଇଁ ନିଷ୍ପତି ନେଇସାରିଛି। କେବଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ବନାଇଲେ ହେବନାହିଁ, ଓଡିଶାରେ ବିଜେପିକୁ ଜିତାଇ ଜଣେ ଓଡିଆ ଭାଷା ବୁଝୁଥିବା ଓ କହୁଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଭ୍ରଷ୍ଟାଚାରି ବିଜୁ ଜନତା ଦଳ ସରକାରକୁ ରାଜ୍ୟରୁ ଉପାଡି ଫିଙ୍ଗିବାକୁ ପଡିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଚଂ ବର୍ଷ ଶାସନ କାଳରେ ମୋଦିଜି ଓଡିଶାର ବିକାଶ ପାଇଁ କୌଣସି ସୁଯୋଗକୁ ହାତଛଡା ନକରିବା ସହ ଓଡିଶାକୁ ୫ଲକ୍ଷ ୫୬ ହଜାର କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। କିନ୍ତୁ ଏହା ଓଡିଶାବାସୀଙ୍କ ପାଖରେ ନପହଁଚାଇ ବିଜେଡି ଦଳର ବାବୁ, ସାଂସଦ, ବିଧାୟକ, ନେତା ଓ ମନ୍ତ୍ରୀମାନେ ଏଥିରେ ବାଧକ ସାଜିଛନ୍ତି। ଏହାର ଜବାବ ବିଜେଡିକୁ ମିଳିଯିବ ବୋଲି ଯାଜପୁର ସୁକିନ୍ଦାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା।

ଶ୍ରୀ ଶାହା କହିଛନ୍ତି ଯେ ଓଡିଶାରେ ଖଣି ଦୁର୍ନୀତିରେ ବିଜେଡି ସରକାର ଅମଳରେ ହଜାର ହଜାର କୋଟି ଟଙ୍କାର ଅର୍ଥ ବିଜେଡି ନେତା ଏବଂ ଓଡିଶା ସରକାରଙ୍କ ବାବୁ ମାନେ ଖାଇଗଲେ। ଏମାନଙ୍କୁ ଜେଲକୁ ପଠାଇବା ଯିବା କଥା କିନ୍ତୁ ନବୀନବାବୁଙ୍କ ସରକାର ସେମାନଙ୍କୁ ଘଟଂ ଘୋଡାଇଛନ୍ତି। ଓଡିଶାରେ ବିଜେପି ସରକାର ଆସିଲେ ଓଡିଶାର ପଇସା ଯେଉଁମାନେ ଖାଇଛନ୍ତିି ସେମାନଙ୍କୁ ୯୦ ଦିନ ଭିତରେ ଜେଲ୍ ପଠାଯିବ। ବିଜେଡି ସରକାର ଚିଟଫଣ୍ଡରେ ଗରିବ ଲୋକଙ୍କ ଝାଳବୁହା ୬ ହଜାର କୋଟିରୁ ଅଧିକ ଟଙ୍କାକୁ ବିଜେଡି ନେତା ଖାଇଯାଇଛନ୍ତି। ଓଡିଶାରେ ବିଜେପି ସରକାର ଆସିଲେ ୯୦ ଦିନ ଭିତରେ ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତି ଥିବା ଦୋଷୀଙ୍କୁ ଜେଲକୁ ପଠାଯିବ।

ରାଜ୍ୟରେ ବିଜେଡି ୧୯ ବର୍ଷ ଶାସନରେ ଓଡିଶାର ଲୋକଙ୍କୁ ପିଇବା ପାଣି ମିଳିଳା ନାହିଁ, ଔଷଦ ମିଳିଳା ନାହିଁ, ସଡକ ନିର୍ମାଣ କରାଯାଇପାରିଲା ନାହିଁ, ହସ୍ପିଟାଲରେ ଡାକ୍ତର ନାହାନ୍ତି, ପ୍ରତ୍ୟେକ ଘରେ ବିଜୁଳି ପହଁଚି ନାହିଁ। କାହିଁକି ନବୀନବାବୁ ଏହାକୁ ଓଡିଆ ଲୋକମାନଙ୍କୁ ଏହା ଯୋଗାଇପାରିଲେ ନାହିଁ। ଯାହାକୁ ଓଡିଆ ଭାଷା ଜଣାନାହିଁ ସେ କଣ ଓଡିଶାବାସୀଙ୍କ କଥା ଶୁଣିବେ। ରାଜ୍ୟରେ ଜଣେ ଓଡିଆ ଜାଣିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ ଓଡିଶାର ଲୋକମାନଙ୍କୁ ତାଙ୍କର ଅଧିକାର ମିଳିପାରିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦ ବର୍ଷ ଭିତରେ କେବେ ବି ଗୋଟିଏ ବି ଛୁଟି ନେଇ ନାହାଁନ୍ତି। ୨୪ ଘଂଟାରୁ ୧୮ ଘଂଟା କାମ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି। ଅନ୍ୟପଟେ ରାହୁଲ ବାବା ୨ ମାସକୁ ଥରେ ଛୁଟିରେ ଯାଆନ୍ତି। ତାଙ୍କ ଲୋକ ତାଙ୍କୁ ଖୋଜିଥାନ୍ତି ଏବଂ ତାଙ୍କ ମାଆ ବ୍ୟସ୍ତ ହୋଇଯାଆନ୍ତି ତାଙ୍କ ପୁଅ କୁଆଡେ ଗଲା ବୋଲି ଶ୍ରୀ ଶାହା କହିଛନ୍ତି।

ଶ୍ରୀ ଶାହ କହିଛନ୍ତି ପୁଲୱାମାରେ ଆତଙ୍କବାଦ ହମଲା ଯବାନମାନେ ଶହୀଦ ହେବା ପରେ ମୋଦି ସରକାରଙ୍କ ନେତୃତ୍ୱରେ ବାୟୁସେନାର ଲଢୁଆ ବିମାନ ପାକିସ୍ତାନରେ ପଶି ଆତଙ୍କୀ କ୍ୟାମ୍ପକୁ ସଂପୂର୍ଣ୍ଣଭାବେ ଧ୍ୱସଂ କରିଥିଲା। ଏହା ପୂର୍ବରୁ ମୋଦି ସରକାର ପାକିସ୍ତାନରେ ସର୍ଜିକାଲଷ୍ଟ୍ରାଇକ କରିଥିଲେ। ଯାହା ଫଳରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ପାକିସ୍ତାନରେ ଏବଂ ରାହୁଲ ବାବା ଏଣ୍ଡ କଂପାନୀ କାର୍ଯ୍ୟାଳୟରେ ରେ ସବୁଠୁ ଅଧିକ ନିରାଶା ଦେଖାଦେଇଥିଲା। କଂଗ୍ରେସ ନେତା ରାହୁଲଙ୍କ ଗୁରୁ ସାମପିଟ୍ରୋଡା କହୁଛନ୍ତି ବୋମା ନପକାଇ ସେମାନଙ୍କ ସହ ଆଲଚନା କର। ରାହୁଲ ବାବା ଏଣ୍ଡ କଂପାନୀ ଆତଙ୍କବାଦୀ ସହ ଆଲୋଚନା କରିବାକୁ କହୁଛନ୍ତି। କିନ୍ତୁ ନରେନ୍ଦ୍ର ମୋଦି ସରକାର ପୂରା ସ୍ପଷ୍ଟ କହିଛନ୍ତି ସେପଟୁ ଗୁଳି ଆସିଲେ ଏପଟୁ ଗୋଳାଯିବ ଏବଂ ଇଟାର ଜବାବ ପଥରରେ ଦିଆଯିବ। ବିଜେପିର ଗୋଟିଏ କାର୍ଯ୍ୟକର୍ତା ବଂଚିଥିବା ପର୍ଯ୍ୟନ୍ତ କାଶ୍ମିରୀକୁ ଭାରତରୁ କେହି ବି ଅଲଗା କରିପାରିବେ ନାହିଁ। କଂଗ୍ରେସ ଦେଶର ବିକାଶ କରିପାରିବ ନାହିଁ କି ଦେଶକୁ ସୁରକ୍ଷା ଦେଇପାରିବ ନାହିଁ।

ସେହିପରି ବିଜୁ ଜନତା ଦଳ କେବେ ବି ଓଡିଶାର ବିକାଶ କରିପାରିବ ନାହିଁ କି ଓଡିଶାକୁ ଏକ ନମ୍ବର ସ୍ଥାନରେ ପହଁଚାଇ ପାରିବ ନାହିଁ। ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ସମସ୍ତ ସାଂସଦ ଏବଂ ବିଧାୟକ ପାର୍ଥୀଙ୍କୁ ଜିତାଇବା ପାଇଁ ବିଜେପିକୁ ୨ ଥର ଭୋଟ ଦେବାକୁ ଅପିଲ କରିଛନ୍ତି ଶାହ। ଏହା ସହ ମୋଦିଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ କରିବା ସହ ନବୀବଙ୍କୁ ଓଡିଶାରୁ ହଟାଇ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣିତ କରିବାକୁ ଫିର ଏକ ବାର ମୋଦି ସରକାର ଏବଂ ଓଡିଶାାରେ ବିଜେପି ସରକାରର ଆହ୍ୱାନ ଦେଇଛନ୍ତି ଶ୍ରୀ ଶାହ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.