Home Top News ଏଚ ଆଇ ଭି ସଂକ୍ରମଣ ପ୍ରସୂତି ମହିଳାଙ୍କୁ ଡାକ୍ତର ଚିକିତ୍ସା ନକରି ଫେରାଇ ଦେବା ଘଟଣାର...

ଏଚ ଆଇ ଭି ସଂକ୍ରମଣ ପ୍ରସୂତି ମହିଳାଙ୍କୁ ଡାକ୍ତର ଚିକିତ୍ସା ନକରି ଫେରାଇ ଦେବା ଘଟଣାର ତଦନ୍ତ ଆରମ୍ଭ କଲେ ସିଡିଏମଓ

216

ମାଲକାନଗିରି ୨୮/୧୨ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକ କୁଡୁମୁଳୁଗୁମ୍ମା ଅଞ୍ଚଳର ଜଣେ ମହିଳା ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କୁ ପରିବାର ଲୋକେ କୁଡୁମୁଳୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମହିଳାଙ୍କୁ ପରିକ୍ଷା କରିବାରୁ ସେ ଜଣେ ଏଚ୍‌ଆଇଭି ପଜିଟିଭ ସଂକ୍ରମଣ ଜାଣିସାରିବା ପରେ ତାଙ୍କୁ ଛୁଇଁବାକୁ ମନା କରିଦେଇଥିଲେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ। ତାଙ୍କୁ ଚିକିତ୍ସା ନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହି ଫେରାଇ ଦେଇଥିଲେ ବୋଲି ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ହସ୍ପିଟାଲରୁ ଫେରାଇଦେଲେ ପୁଣି ମାଲକାନଗିରି ଜିଲ୍ଲାହସ୍ପିଟାଲକୁ ଯାଇ ହଇରାଣ କାହିଁକି ହେବା ଭାବି ବାଇକରେ ମହିଳାଙ୍କୁ ଘରକୁ ପରିବାର ଲୋକେ ନେଇ ଯାଇଥିଲେ।

ଘରେ ପହଞ୍ଚିବା ପରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ଏଚ ଆଇଭି ସଂକ୍ରମଣଙ୍କୁ ଚିକିତ୍ସା ନକରି ଫେରାଇ ଦେବା ଘଟଣା ସମ୍ପର୍କରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ଙ୍କୁ ପଚରା ଯିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଚ ଏଚ ଆଇଭି ସଂକ୍ରମଣ ଙ୍କୁ ପ୍ରସବ କରାଇବାର କୌଣସି ସୁବିଧା ନଥିବାରୁ ଡାକ୍ତର ଜିଲ୍ଲା ହେର୍ଡ କ୍ୱାଟର ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଥିଲେ। ତା’ସହିତ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହିଥିଲେ। ମହିଳାଙ୍କ ପରିବାର ଲୋକେ ଜିଲ୍ଲାହସ୍ପିଟାଲକୁ ନ ଯାଇ ବାଇକରେ ଘରକୁ ପଳାଇଥିଲେ। ରବିବାର ଦିନ ମହିଳାଙ୍କର ଏକ କନ୍ୟାସନ୍ତାନ ପ୍ରସବ ହୋଇଛି। ମା ଓ ଶିଶୁ ସୁସ୍ଥ ଅଛନ୍ତି।

ଆହୁରି ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଏଚଆଇଭି ସଂକ୍ରମିଙ୍କ ନିମନ୍ତେ ଅନେକ ବ୍ୟବସ୍ଥା ରହିଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଏଆରଟି ସେଣ୍ଟରରୁ ମାଗଣା ଔଷଧ ପ୍ରତିମାସରେ ପ୍ରଦାନ କରାଯିବା ସହ ଗର୍ଭବତୀଙ୍କ ମାଗଣାରେ ଟେଷ୍ଟ ଏବଂ ଇନଷ୍ଟୁଆଲ ଡେଲିଭେରି କରାଇବା ବ୍ୟବସ୍ଥା ଅଛି। କିପରି କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଲା ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା କିପରି ଧ୍ୟାନ ଦିଆଯିବା ସେନେଇ ପଦକ୍ଷେପ ଗ୍ରହ କରାଯିବ, ଗତକାଲି ଏକ ଡାକ୍ତରୀ ଦଳ ମହିଳାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଆଜି ସେ ମହିଳା ଓ ନବଜାତ ଶିଶୁଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ ରେ ଭର୍ତ୍ତିକରାଯାଇ ସମସ୍ତ ପ୍ରକାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସିଡିଏମଓ କହିଛନ୍ତି।

ଅପରପକ୍ଷରେ ମହିଳାଙ୍କ ପରିବାର ଲୋକେ କହିଛନ୍ତି ପ୍ରଥମ ସନ୍ତାନ ହେବା ବେଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ସେମାନଙ୍କୁ ସେଠାରେ ପଇସାପତ୍ର ମଗାଯାଇଥିଲା। ତେଣୁ ସେମାନେ ସେଠାକୁ ଯିବାକୁ ଇଛା ନକରି ନିଜ ଘରକୁ ଫେରିଯାଇଥିଲେ।

ସରକାରଙ୍କ ପକ୍ଷରୁ ଏଚଆଇଭି ପୀଡିତାଙ୍କ ଚିକିତ୍ସା ପାଇଁ ଅନେକ କିଛି ଯୋଜନା କରିଛନ୍ତି ଆଦିବାସୀ ଅଧୁଷିତ ମାଲକାନଗିରି ଜିଲ୍ଲାରେ ସେମାନଙ୍କୁ ହତାଦର ସହ ବାଛନ୍ଦ କରିବାଭଳି ଘଟଣା ଘଟୁଥିବାରୁ ଅନେକ ସଂକ୍ରମଣ ଏହାକୁ ଲୁଚାଇ ରଖୁଥିବାର ଜଣାପଡିଛି। ଏହାଦ୍ୱାରା ଏଚ ଆଇଭି ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା ରହିଛି। ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.