Home କେନ୍ଦ୍ରାପଡ଼ା ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ୬ ଟି ଆଇ.ସି.ୟୁ. ଶଯ୍ୟା ଯୋଗାଣ ନିଷ୍ପତ୍ତି : ଜିଲ୍ଲାପାଳଙ୍କ ପାଖରେ...

ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ୬ ଟି ଆଇ.ସି.ୟୁ. ଶଯ୍ୟା ଯୋଗାଣ ନିଷ୍ପତ୍ତି : ଜିଲ୍ଲାପାଳଙ୍କ ପାଖରେ ସମୟ ନାହିଁ

71

କେନ୍ଦ୍ରାପଡ଼ା ୫ -୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଏଚ.ଡି.ଏଫ.ସି. ବ୍ୟାଙ୍କର ସି.ଏସ.ଆର. ପାଣ୍ଠିରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୬ଟି ଆଇ.ସି.ୟୁ. ଶଯ୍ୟା ସମେତ ସମସ୍ତ ଆନୁସଙ୍ଗିକ ମେଡିକାଲ ସରଞ୍ଜାମ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କିନ୍ତୁ ଏଥିନିମନ୍ତେ ବ୍ୟାଙ୍କର କ୍ଲଷ୍ଟର ମୁଖ୍ୟ ଅନିମେଶ ବିଶ୍ୱାଳଙ୍କ ବାରମ୍ବାର ପ୍ରଚେଷ୍ଟା ପରେବି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସହ ଏସମ୍ପର୍କରେ ଆଲୋଚନା କରିବାକୁ ସମୟ ମିଳିନଥିବା ସୂଚନା ମିଳିିଛି। ଫଳରେ କେନ୍ଦ୍ରାପଡା ଜିଲ୍ଲାର ଲୋକମାନଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଏଭଳି ଏକ ସୁଯୋଗ ହାତଛଡା ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ କେନ୍ଦ୍ରାପଡା ଜିଲ୍ଲାର ଲୋକମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାପାଳ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.