Home ଜିଲ୍ଲା ପରିକ୍ରମା ଏକ ପେଡ ମା କି ନାମ ପେ ୨.୦ରେ ଚାନ୍ଦବାଲି ବନାଂଚଳ ପକ୍ଷରୁ ୩୧୫୦୦ ଚାରା...

ଏକ ପେଡ ମା କି ନାମ ପେ ୨.୦ରେ ଚାନ୍ଦବାଲି ବନାଂଚଳ ପକ୍ଷରୁ ୩୧୫୦୦ ଚାରା ବଂଟନ

9

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୧୭ ତାରିଖରେ ଭାରତର ଜଶ୍ୱସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ବାର୍ଷିକ ପାଳନ ଅବସରରେ ସାରା ରାଜ୍ୟରେ ମା ପାଇଁ ଗଛଟିଏ ଲଗାନ୍ତୁ ପ୍ରଳୟକୁ ଦିନକୁ ଦିନ ଘୁଂଚାନ୍ତୁ ଚିନ୍ତାଧାରାରେ ସମସ୍ତ ପଂଚାୟତରେ ଚାରା ରୋପଣ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଚାନ୍ଦବାଲି ବନାଂଚଳ ପକ୍ଷରୁ ବ୍ୟାପକ ଚାରା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦବାଲି ବନାଂଚଳ ଅଧିିନରେ ଥିବା ୬୩ଟି ପଂଚାୟତରେ ଚାରା ବଂଟନ ଶେଷ ହୋଇଛି।ପ୍ରତ୍ୟେକ ପଂଚାୟତକୁ ୫ଶହ ଚାରା ବଂଟନ କରାଯାଉଥିବା ବେଳେ ଏହି ଚାରା ମଧ୍ୟରେ ହରିଡା, ବାହାଡା, ଅଂଳା, ଅର୍ଜୁନ, ଜାମୁ, କରଞ୍ଜ, ପିଜୁଳି, ଝାଉଁ, ସାଗୁଆନ, ପେସ୍ତାବାଦାମ, ଶିଶୁ,ରାଧାଚୂଡା,କୃଷ୍ଣଚୂଡା,ଚାକୁନ୍ଦା ଆଦି ସାମିଲ ଅଛି। ଚାନ୍ଦବାଲି ରେଞ୍ଜ ଅଫିସର ସୁଶାନ୍ତ କୁମାର ବେଗ ଏହି ଚାରା ବଂଟନର ଶୁଭାରମ୍ଭ କରିଥିବା ଅବସରରେ ଧାମରା ବନପାଳ କୁମୁଦ ସାହୁ, ପ୍ରଶାନ୍ତ କୁମାର ସାହୁ, ସୂର୍ଯ୍ୟକାନ୍ତ ପଣ୍ଡା, ଅମରେନ୍ଦ୍ର ନାୟକ, ସନ୍ତୋଷ କୁମାର ମାଝୀ, ରସ୍ମିତା ସାହୁ, ବୁଲ ବୁଲ ମଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିବା ବେଳେ ଏହି ସମସ୍ତ ପଂଚାୟତରେ ୩୧ହଜାର ୫ଶହ ଚାରା ବଂଟନ ହୋଇ ଯାଇଛି ବୋଲି ଚାନ୍ଦବାଲି ରେଞ୍ଜ ଅଫିସରଙ୍କ ନିକଟରୁ ପ୍ରକାଶ। ଆସନ୍ତା ୧୭ ତାରିଖ ଦିନ ମୋଦୀଙ୍କ ଜନ୍ମ ଦିବସ ଅବସରରେ ଏହି ଚାରା ରୋପଣ କରାଯିବାର କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.