ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ ଠାରେ ଏକ ଦିବସୀୟ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉଦ୍ୟାନ କୃଷି ଅଧିକାରୀଣି ଶୁଭଦର୍ଶୀନି ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ବିଶେଷଜ୍ଞ ବିଜୟା ଲକ୍ଷ୍ମୀ ରାଉତ, ବ୍ଲକ ମତ୍ସ୍ୟ ଅଧିକାରୀଣି ଉପାସନା ମହାନ୍ତି, ଅଗ୍ରଣୀ ମୋହୁ ଚାଷୀ ଚକ୍ରଧର ସାହୁ ପ୍ରମୁଖ ଯୋଗଦେଇ ଉଦ୍ୟାନ କୃଷି ସମ୍ପର୍କରେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶେଷ କରି ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଛତୁ ଓ ମୋହୁ ଚାଷ ପାଇଁ ଚାଷୀ ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଏଥିରେ ବ୍ଲକ୍ ଅଂଚଳରୁ ପ୍ରାୟ ୭୦ ଜଣ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ବିଭାଗୀୟ କ୍ଷେତ୍ର ପରିଦର୍ଶକ ଅବକାଶ ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।








