Home ଓଡ଼ିଶା ଏକ୍ସପାରୀ ମଦକୁ ନେଇ ଉତ୍ତେଜନା

ଏକ୍ସପାରୀ ମଦକୁ ନେଇ ଉତ୍ତେଜନା

109

ନବରଙ୍ଗପୁର,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଠାରେ ଥିବା ମଦ ଦୋକାନ ଉପରେ ଚଢଉ ହୋଇଛି । ଅଭିଯୋଗ ଅନୁସାରେ, ଆଜି କିଛି ଯୁବକ ମଦ ଦୋକାନକୁ ମଦ ପିଇବାକୁ ଯାଇଥିଲେ । ପରେ ମଦ ଦୋକାନରୁ ମଦ କିଣି ପିଉଥିବା ସମୟରେ ହଠାତ ଦେଖିବାକୁ ପାଇଥିଲେ ମଦ ଗୁଡ଼ିକର ଏକ୍ସପାରୀ ଡେଟ୍‌ ସରିଯାଇଛି ।  ପରେ ଯୁବକମାନେ ପୋଲିସକୁ ଅବଗତ କରାଇବାକୁ ପୋଲିସକୁ ଫୋନ୍ କରିଥିଲେ । ଖବର ପାଇ ଚନ୍ଦାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଦ ଦୋକାନରୁ ଆଉ କିଛି ଏକ୍ସପାରୀ ଡେଟ୍‌ର ମଦ ଜବତ କରିଛି । ଏହା ସହ ସେ ଗୁଡ଼ିକର ମାନ ଯାଞ୍ଚ କରିବା ପାଇଁ ଲାବ୍ରୋଟାରୀକୁ ପଠାଯିବ ବୋଲି ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.