Home କେନ୍ଦୁଝର ଏକମୋ ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଆକୁଳ ନିବେଦନ

ଏକମୋ ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଆକୁଳ ନିବେଦନ

95

ହାଟଡ଼ିହି,୧୫ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା ଜେନା (ଟିକିଦିଦି)ଙ୍କ ସ୍ୱାମୀ ମୃତ୍ୟୁଞ୍ଜୟ ପାତ୍ର କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଆପୋଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ପାଖାପାଖି ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିସାରିଥିଲେ ମଧ୍ୟ ଆରୋଗ୍ୟ ହୋଇପାରି ନାହାନ୍ତି । ବର୍ତ୍ତମାନ ଡାକ୍ତର କହୁଛନ୍ତି ଯେ ଏକୋମ ଚିକିତ୍ସା ଦରକାର । ଏଥିପାଇଁ କଲିକତା ଯିବାକୁ ପଡିବ । ଅତିକମ୍‌ରେ ୫୦ରୁ ୬୦ଲକ୍ଷ ଟଙ୍କା ଦରକାର । ତେଣୁ ଏତେ ଟଙ୍କା କେଉଁଠୁ ଆଣିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଓଡିଶାର ଲୋକମାନେ ତାଙ୍କ ସ୍ୱାମୀଙ୍କ ଆରୋଗ୍ୟ କାମନା କରିବା ସହିତ ଯଦି ଶକ୍ତି ମୁତାବକ ସହାୟତା ପ୍ରଦାନ କରନ୍ତେ ତେବେ କଲିକତାକୁ ନେଇ ଚିକିତ୍ସିତ କରିପାରନ୍ତେ ବୋଲି ସୁଜାତା ଜେନା ଆକୁଳ ନିବେଦନ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ଚିକିତ୍ସାପାଇଁ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ଫୋନପେ ନମ୍ବର ୯୪୩୭୯୫୨୫୧୭ରେ ସହାୟତା କରିପାରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.