ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନେକ ସମୟରେ ବଡ଼ବଡ଼ବ୍ୟବସାୟୀ, ଠିକାଦାର ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ବ୍ୟବସାୟ ବଢାଉଥିବାବେଳେ ଅନେକ ସ୍ଥାନରେ ବ୍ୟବସାୟୀ ମାନେ ଋଣନେଇ ଫାଙ୍କୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏପରିଏକ ଘଟଣା ଧାମନଗର ବ୍ଲକ ଗୋବିନ୍ଦପୁର ପଂଚାୟତରେ ଦେଖିବାକୁ ମିଳିଛି । ଖବରରୁ ପ୍ରକାଶ ଯେ ଏହି ପଂଚାୟତର କୋରୁଆ ଠାରେ ଥିବା ଏଲ୍ଟିଏନ୍ ରାଇସମିଲ୍ର ଉନ୍ନତି କରଣ ନିମନ୍ତେ କାନାଡ଼ା ବ୍ୟାଙ୍କ ପକ୍ଷରୁ ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଋଣନେଇଥିଲେ ।ଏନେଇ ବାରମ୍ବାର ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ରାଇସମିଲ୍ କତୃପକ୍ଷଙ୍କୁ ନୋଟିସ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରିନଥିଲା । ଏପରିକି ୨୯/୦୧/୨୦୨୧ସୁଧା ଉକ୍ତ ରାଇସମିଲ ଉପରେ ୧କୋଟି ୫୬ଲକ୍ଷ ୪୨ହଜାର ୮୧୪ଟଙ୍କା ଋଣ ରହିଥିଲା । ଏହିଋଣ ସୁଜିବାପାଇଁ କାନାଡ଼ା ବ୍ୟାଙ୍କ ପକ୍ଷରୁ ୨୨/୦୨/୨୦୨୧ ତାରିଖରେ ସମ୍ପୃକ୍ତ ରାଇସମିଲ ଦାୟିତ୍ୱରେ ଥିବା ଗେରେଣ୍ଟର ୧-ନିବେଦିତା ବସନ୍ତିଆ, ସ୍ୱାମୀ ଅଶୋକ, ଗ୍ରାମ କାକୁଡ଼ିଗଡ଼ିଆ, ୨- ହୃଦାନନ୍ଦ ସାହୁ, ପିତା ବିଶ୍ୱନାଥ ସାହୁ, ଗ୍ରାମ- ବେଦପୁର, ୩- ତାରାବତୀ ଦାସ, ସ୍ୱାମୀ- ପ୍ରଭାକର ଦାସ, ଗ୍ରାମ- ଖାର୍ଜିକୋରୁଆ,୪- ଅଶୋକ କୁମାର ବସନ୍ତିଆ, ପିତା- ବୁଧଦେବ ବସନ୍ତିଆ, ଗ୍ରାମ- କାକୁଡ଼ିଗଡ଼ିଆ, ୫-ପ୍ରଭାକର ଦାସ, ପିତା- ଉଦୟକର ଦାସ, ଖାରଜିକୋରୁଆଙ୍କୁ ଚିଠି କରାଯାଇଥିଲା । ହେଲେ ଏହାକୁ ଭୃକ୍ଷେପ କରିନଥିଲେ । ତେବେ ଆଜି ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ରାଇସମିଲଉପରେ ଚଢାଉ କରାଯାଇଥିଲା । ଏଥିରେ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା, ପୋଲିସ୍ ଏସ୍ଆଇ ମହାପ୍ରସାଦ ନାୟକ ସମେତ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଏକପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଉକ୍ତ ରାଇସମିଲକୁ ସିଜ କରାଯାଇଥିଲା ।