Home ଓଡ଼ିଶା ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ବିୟୋଗରେ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ବିୟୋଗରେ ବିୟୋଗରେ ପିସିସି ସଭାପତିଙ୍କ ଶୋକ

56

ଭୁବନେଶ୍ୱର-୨୯/୬ (ଓଡ଼ିଆ ପୁଅ) ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଶ୍ରୀ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ପରଲୋକରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି।ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଗତ କିଛିଦିନ ଧରି ଶ୍ରୀ ପାହାଡ଼ସିଂହ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହିତ ଓ ଦୁଃଖିତ।ଦିନେ ଥିଲା ସ୍ବର୍ଗତଃ ପାହାଡ଼ସିଂହ ଙ୍କ କଣ୍ଠ ସ୍ୱର ଓଡ଼ିଶାର ରେଡିଓ ପ୍ରେମୀଙ୍କ ଅତି ପରିଚିତ ସ୍ୱର।ସନ୍ଧ୍ୟା ୭ ଟା ବାଜିଲେ ଆକାଶ ବାଣୀ ଦିଲ୍ଲୀରୁ ରେଡିଓ ରେ ଓଡ଼ିଆରେ ତାଙ୍କ ସମ୍ବାଦ ଶୁଣିବାକୁ ସମସ୍ତେ ଅପେକ୍ଷା କରି ରହୁଥିଲେ। ବେତାରରେ ତାଙ୍କ ସମ୍ବାଦ ପଠନ ଶୈଳୀ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।ତାଙ୍କ ବିୟୋଗ ବେତାରପ୍ରେମୀଙ୍କ ମନରେ ଗଭୀର ଆଘାତ ଦେବା ସହ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।ସ୍ବର୍ଗତଃ ପାହାଡ଼ସିଂହ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ସମ୍ମାନ ସହ ପୁରସ୍କାର ସାଉଁଟିଛନ୍ତି।ସ୍ବର୍ଗତଃ ପାହାଡ଼ସିଂହଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମାବେଦନା ଜ୍ଞାପନ କରିଛନ୍ତି ଶ୍ରୀ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.