ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ୨୮ ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୁଖ୍ୟୃ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ଯୋଗ ଦେଇଥିଲେ। ଦୁର୍ନୀତିର ଅନ୍ୟନାମ କ୍ଷତି । ସେ କ୍ଷତି ବ୍ୟକ୍ତିର ପରିବାରର, ସମାଜର ଓ ସାରା ଦେଶର । ଦେଶର ଅଧିକାଂଶ ନାଗରିକ ଏବେ ଉଚ୍ଚ ଶିକ୍ଷିତ ଓ ସଚେତନ ହେଲେ ବି ଲୋଭ ର ବଶବର୍ତୀ ହୋଇ ଧନ ସମ୍ପତିର ଦୁର୍ବାର ଆକର୍ଷଣରେ ସେଇ ଶିକ୍ଷିତ ମାନେ ହିଁ ଦୁର୍ନୀତି ପ୍ରତି ଅଧିକ ଆକର୍ଷିତ ହେବା ଦୁର୍ନୀତି ନିବାରଣ ସଚେତନତା କୁ ଅକାମୀ କରିଦେଇଛି, ମଣିଷ ଭୁଲିଯାଉଛି ଯାହାର ଆଗମନ ଯେପରି ନିର୍ଗମନ ମଧ୍ୟ ସେହିପରି । ଦୁର୍ନୀତି ଲବ୍ଧ ବିପୁଳ ଧନ ରାଶିର ମଣିଷ ନିଜକୁ ଓ ନିଜ ପରିବାରକୁ ନଷ୍ଟ ହିଁ କରିଥାଏ; ଲୋଭରୁ ପାପ ପାପରୁ ମୃତ୍ୟୁନ୍ୟାୟରେ। ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ମୂଳଭିତି ଶୀର୍ଷକ ଏହି ଆଲୋଚନା ଚକ୍ରରେ ଅତିଥି ମାନେ ଆହୁରି ମଧ୍ୟ ପ୍ରକାଶ କରିଥିଲେ କି ସରକାରୀ ଚାକିରୀ କି ସମାଜରେ ଯିଏ ଯେଉଁ ବୃତି ଆପଣେଇଛି ସମସ୍ତେ ଯଦି କର୍ତବ୍ୟ ନିଷ୍ଠ ହେବେ ସମାଜରେ ଆପେ ଆପେ ସତ୍ୟନିଷ୍ଠ ପ୍ରତିଫଳିତ ହେବ ଏବଂ ଦୁର୍ନୀତି ଛାଏଁ ସମାଜରୁ ହଟିଯିବ। ତେବେ ବର୍ତମାନର ସମାଜରେ ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ ତାହାର ମୂଳୋତ୍ପାଟନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଏଥିପାଇଁ ଦୁର୍ନୀତି ନିବାରଣ ବିଭାଗ ଥିଲେବି ଦୁର୍ନୀତି ବା ଲାଂଚ ଦେବା ନେବା ନେଇ ଉକ୍ତ ବିଭାଗକୁ ସୂଚନା ନମିଳିଲେ ଦୁର୍ନୀତି ବିରୁଦ୍ଧରେ ଉଦାହରଣ ମୂଳକ ପଦକ୍ଷେପ ନେବା ସମ୍ଭବ ହେଉନାହିଁ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଥିଲେ। ଏଥିପାଇଁ ଉଦ୍ଦିଷ୍ଟ ନିଶୁକ୍ଳ ନ ୧୦୬୪ ଜରିଆରେ ଯେ କୌଣସି ବ୍ୟକ୍ତି ଯେକୌଣସି ଦୁର୍ନୀତି ବିଷୟରେ ଅବଗତ କରାଇ ପାରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା।
ଏହି ସପ୍ତାହ ପାଳନ ଉପଲକ୍ଷେ ସପ୍ତାହ ମଧ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବକ୍ତୃତା ଓ ବ୍ୟାଙ୍ଗାତ୍ମକ ଚିତ୍ର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ବଂଟନ କରାଯାଇଥିଲା। ଭଦ୍ରକ ଦୁର୍ନୀତି ନିବାରଣ ବିଭାଗର ଉପଆରକ୍ଷୀ ଅଧୀକ୍ଷକ ଦୁଷ୍କନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆବାହକ ଆୟୋଜକ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ। ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଜିଲ୍ଲା ସର୍ବୋଦୟ ମଣ୍ଡଳ, ରୋଟାରୀ କ୍ଲବ୍ ଭଦ୍ରକ, ରୋଟାରୀ କ୍ଲବ୍ ମିଡ଼ଟାଉନ୍. ଭଦ୍ରକ ଲାୟନସ୍ ବ୍ଲକ୍, ଭଦ୍ରକାଳୀ, ଭଦ୍ରକ, ଗାନ୍ଧୀ ଓଡ଼ିଶା ବାଳାଶ୍ରମ, ଭଦ୍ରକ ଏବଂ ବିଭିନ୍ନ ସାହିତ୍ୟାନୁଷ୍ଠାନର ସଭାପତି, ସମ୍ପାଦକ କର୍ମକର୍ତାମାନେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେେଇଥିଲେ। ଜିଲ୍ଲା ପ୍ରଶାସନର ଜିଲ୍ଲା ସ୍ତରୀୟ ଅଧିକାରୀ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ଚରଣ ବାରିକ୍ ଆଂଚଳିକ ପରିବହନ ଅଧିକାରୀ ରାମନିବାସ ସିର୍କା, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗୀୟ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋଜ କୁମାର ସାହୁ, ଦୁର୍ନୀତି ନିବାରଣ ବିଭାଗ ଭଦ୍ରକର ଇନିସ୍ପେକ୍ଟର ବଙ୍କିମ୍ ବାୱାଲି ଏବଂ ଅନ୍ୟତମ କର୍ମଚାରୀ ମନ୍ମଥ ସିଂ, ସୁନିଲ୍ ରଂଜନ ପାଢ଼ୀ, ପ୍ଲାନିଂ କାର୍ଯ୍ୟାଳୟର କର୍ମଚାରୀ ଭଗବାନ ବାରିକ୍ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।