Home ଓଡ଼ିଶା ଉପସ୍ୱାସ୍ଥ୍ୟ  ଓ ଆରୋଗ୍ୟ କେନ୍ଦ୍ର ରେ ମିଳୁନି ସ୍ୱାସ୍ଥ୍ୟ ସେବା

ଉପସ୍ୱାସ୍ଥ୍ୟ  ଓ ଆରୋଗ୍ୟ କେନ୍ଦ୍ର ରେ ମିଳୁନି ସ୍ୱାସ୍ଥ୍ୟ ସେବା

15

ନୟାଗଡ/୧୮/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ସ୍ୱାଧିନତା ର ୭୨ ବର୍ଷ ହେଲା ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାନ କରି ଚାଲିଛନ୍ତି । ପ୍ରତି ଗ୍ରାମ ପଞ୍ଚାୟତ ର ମୁଖ୍ୟ ସ୍ଥାନ ରେ ଗୋଟିଏ ଗୋଟିଏ ଉପସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲା ଯାଇଅଛି । କିନ୍ତୁ କର୍ମଚାରୀ ମାନଙ୍କର ବେଖାତିର୍ ମନୋଭାବ ଯୋଗୁଁ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁନଥିବାର ଅଭିଯୋଗ ହେଉଅଛି । ସେଭଳି ଅଭିଯୋଗ ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ନରସିଂହପୁର ଉପସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ । ଦୀର୍ଘ ୮ ବର୍ଷ ହେଲା ସରକାର ଙ୍କ ତରଫରୁ ନରସିଂହପୁର ଗ୍ରାମପଞ୍ଚାୟତ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବିନିମୟ ରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଗୋଟିଏ ଉପସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲା ଯାଇଅଛି । କିନ୍ତୁ ଅଭିଯୋଗ ଅନୁଯାଇ କେବଳ ନରସିଂହପୁର ରେ ଟୀକା କରଣ ସମୟରେ ଏହି ଉପସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଟି ଖୋଲା ଯାଇଥାଏ । ଅନ୍ୟ ଦିନ ମାନଙ୍କରେ ତାଲା ଝୁଲୁଥିବାରୁ  ଲୋକମାନେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇଥାନ୍ତି । ଜଣେ ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ଓ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଛନ୍ତି । ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ପାଇଁ ଏଠାରେ ସରକାରୀ କ୍ୱାଟର ରହିଅଛି । କିନ୍ତୁ ବର୍ତମାନ ର କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ନିରୂପମା ନନ୍ଦ ସରକାରୀ କ୍ୱାଟର ରେ ନରହି ନିଜ ଘର ରଣପୁର ରେ ରହୁଛନ୍ତି । ସେହିଭଳି ଭାବରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ବିଜୟ କୁମାର ସାହୁ ନିଜ ଘରେ ରହି ଘରୋଇ ରୋଗୀ ଚିକିତ୍ସା ଚଲାଇଛନ୍ତି । ଯାହାଫଳ ରେ ନରସିଂହପୁର ଓ ହଂସରା ଦୁଇଗୋଟି ଗ୍ରାମପଞ୍ଚାୟତ ର ଲୋକମାନେ ନରସିଂହପୁର ଉପସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ ସ୍ୱାସ୍ଥ୍ୟ ସେବା ପାଇଁ ଗଲେ ତାଲା ଝୁଲୁଥିବାର ଦେଖି ନିରାଶ ହୋଇ ଫେରିବାକୁ ପଡୁଛି ।

ଏ ସର୍ମ୍ପକରେ ନରସିଂହପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ନିତ୍ୟାନନ୍ଦ ପରିଡା ଙ୍କ ସହ ଯୋଗାଯୋଗ କଲେ କୁହନ୍ତି ଯେ ଏହି ଉପସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ୮ ବର୍ଷ ତଳୁ ନିର୍ମାଣ ହୋଇଥିଲେ ମଧ୍ୟ ବର୍ତମାନ ୩ ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ କରାଯାଇ ପାଚେରୀ ଆଦି ନିର୍ମାଣ ହୋଇଛି । ସରକାରୀ ନିର୍ଦ୍ଧାରିତ ସମୟ ଅନୁଯାଇ ଏହି ଉପସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଦିନ ଖୋଲା ଯିବା କଥା କିନ୍ତୁ ଖୋଲା ନଯିବାରୁ ରଣପୁର ସମିତି ବୈଠକ ରେ ମୁଁ ବାରମ୍ବାର କଥା ଉଠାଇଛି କିନ୍ତୁ କେହି ଶୁଣୁନାହାଁନ୍ତି । ମହିଳା ସ୍ୱାସ୍ଥ୍ୟ କର୍ମୀ ରଣପୁର ରେ ରହୁଥିବା ବେଳେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଜଣଙ୍କ ଗ୍ରାମରେ ଘରୋଇ କ୍ଲିନିକ୍ କରି ବାତ ରୋଗ ଚିକିତ୍ସା କରୁଛନ୍ତି । ଏହି ଉପସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଦାଇତ୍ୱରେ ରଣପୁର ଡାକ୍ତର ବୈଦନାଥ ନନ୍ଦ ଅଛନ୍ତି । ଆପଣ ତାଙ୍କୁ ପଚାରି ପାରନ୍ତି । ଡାକ୍ତର ବୈଦନାଥ ନନ୍ଦ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଏହି ଉପସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଟି କୋଭିଡ୍ ଚିକିତ୍ସା ପାଇଁ ଦିଆଯାଇଥିଲା । ଏବେ କିନ୍ତୁ ଆମ୍ଭକୁ ହସ୍ତାନ୍ତର ହୋଇଛି କିନ୍ତୁ ଅନେକ ଆସବାବ ପତ୍ର ସେହି ସମୟରେ ଗାଏବ୍ ହୋଇଯାଇଅଛି ଏବଂ ପାଣିର ଅସୁବିଧା ରହିଅଛି । ମୁଁ ବିଭାଗୀୟ ଯନ୍ତ୍ରୀ ଙ୍କୁ କହିଅଛି । ଯଦି କେନ୍ଦ୍ର ଖୋଲା ଯାଉନାହିଁ ତାହେଲେ କର୍ମଚାରୀ ଙ୍କ ବିରୁଦ୍ଧେ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରାଯିବ । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଏଭଳି ଅନେକ ଯାଗାରେ ହେଉଥିଲା । ମୁଁ ପରିଦର୍ଶନ କରି ପଦକ୍ଷେପ ନେଇଥିଲି । ମୁଁ ନିଜେ ନରସିଂହପୁର ଉପ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.