Home ଓଡ଼ିଶା ଉପର ମଣିନାଗ ପର୍ଯ୍ୟଟନ ସ୍ଥଳି କୁ ରାସ୍ତା ବିପଦ ଶଙ୍କୁଳ

ଉପର ମଣିନାଗ ପର୍ଯ୍ୟଟନ ସ୍ଥଳି କୁ ରାସ୍ତା ବିପଦ ଶଙ୍କୁଳ

107

ନୟାଗଡ/୨୩/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲା ରଣପୁର ଏ ଡି ବି ସହାୟତାରେ ତଳ ମଣିନାଗ ଠାରୁ ଉପର ମଣିନାଗ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ୨୦୧୩ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୪ ମସିହାରେ ଶେଷ ହୋଇଥିଲା  । ୨୦୧୯ ମସିହା ପର୍ଯ୍ୟନ୍ତ ଠିକା ସଂସ୍ଥା ର ରକ୍ଷଣା ବେକ୍ଷଣ ଦାଇତ୍ୱ ରହିଥିଲା  । ଗତ ବର୍ଷ ଠାରୁ ଦାଇତ୍ୱ ଶେଷ ହୋଇଯାଇଅଛି । ଚଳିତ ବର୍ଷ ଶେଷ ସମୟକୁ ପ୍ରବଳ ବର୍ଷା ଯୋଗୁଁ ମଣିନାଗ ପାହାଡ ଉପରୁ ଆସୁଥିବା ବର୍ଷା ଜଳରେ ଘାଟି ରାସ୍ତାର ତିନୋଟି ଯାଗା ଧୋଇ ହୋଇଯାଇ ବିପଦ ଶଙ୍କୁଳ ହୋଇପଡିଛି  । ପ୍ରତିଦିନ ତଳ ମଣିନାଗରୁ ଉପର ମଣିନାଗକୁ ଶହ ଶହ ପର୍ଯ୍ୟଟକ କାର୍ ଓ ମୋଟର ସାଇକେଲ୍ ଯୋଗେ ଯାଇଥାନ୍ତି । ଘାଟି ରାସ୍ତାରେ ଗାର୍ଡୱାଲ୍ ଓ ଡ୍ରେନ୍ ନଥିବା ଯୋଗୁଁ ବିପଦ ଶଙ୍କୁଳ ଅବସ୍ତାରେ ଯାତାୟତ କରିଥାନ୍ତି । ଉପର ମଣିନାଗରେ ପହଞ୍ଚିବା ପରେ ପର୍ଯ୍ୟଟକ ମାନେ ବାଦଲ ଭିତରେ ରହିବା ଭଳି ଦୃଶ୍ୟ ପ୍ରତିୟମାନ ହୋଇଥାଏ  । ଯାହାକୁ ହାତଛଡା ନକରି ନିଜ ଜୀବନକୁ ବାଜି ଲଗେଇ ପର୍ଯ୍ୟଟକ ମାନେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଫଟୋ ଉଠାଇବା ଓ ସେଲ୍‌ଫି ନବାପାଇଁ ଯାଇଥାନ୍ତି । କାରଣ ଏହି ଉପର ମଣିନାଗ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ର ଫଟୋ ଦର୍ଶକ ଙ୍କ ମନକୁ ବିଶେଷ ଆକର୍ଷଣ କରିଥାଏ । କିନ୍ତୁ ରାସ୍ତା ବିପଦ ଶଙ୍କୁଳ ଥିବା ଯୋଗୁଁ ଅନେକ ସମୟରେ ପର୍ଯ୍ୟଟକ ମାନେ ଦୃଘଟଣାର ଶୀକାର ହୋଇଥାନ୍ତି । ଏହି ଘାଟି ରାସ୍ତା ରେ ଗାର୍ଡୱାଲ୍ ସାଙ୍ଗକୁ ଡ୍ରେନ୍ ବ୍ୟବସ୍ଥା ଓ ଘାଟିର ଅନେକ ସଂଙ୍କୁଚିତ  ଯାଗାରେ ରାସ୍ତା ପ୍ରଶସ୍ତି କରଣ ଆବଶ୍ୟକତା ରହିଅଛି । ଯାହା ଫଳରେ ଦୃଘର୍ଟଣା କୁ ଏଡାଇ ଦିଆଯାଇ ପାରିବ । ଏହି ରାସ୍ତା ଟି ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଦାଇତ୍ୱରେ ରହିଅଛି ।

ରଣପୁର ଗ୍ରମ୍ୟ ଉନ୍ନୟନ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଙ୍କ ସହ ଯୋଗଯୋଗ କରିବାରେ  ଉପର ମଣିନାଗ ଘାଟି ରାସ୍ତା ବିପଦ ଶଙ୍କୁଳ ହୋଇପଡିଥିବା  ଘଟଣାକୁ ସ୍ୱୀକାର କରିଛନ୍ତି । ଏବଂ କହିଛନ୍ତି ଯେ ରାସ୍ତା ଗାର୍ଡୱାଲ୍ ଓ ଡ୍ରେନ୍ ନିର୍ମାଣ ପାଇଁ ଆବ୍ୟଶକ ଅର୍ଥର ଅଭାବ ରହିଅଛି । ବର୍ତମାନ ବାଲି ବସ୍ତା ଓ ଛୋଟିଆ ବାଡ କରି ପାହାଡରୁ ଖସୁଥିବା ଜଳ କୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରାଯିବ । ଯାହାଫଳରେ କିଛି ଦିନ ପାଇଁ ରାସ୍ତା ବିପଦ ଶଙ୍କୁଳ ଅବସ୍ଥାରୁ ମୁକୁଳି ପାରିବ । ବର୍ତମାନ ଆବଶ୍ୟକୀୟ ମରାମତି କାର୍ଯ୍ୟ ଚାଲୁଅଛି । ସଂମ୍ପୁର୍ଣ୍ଣ କାମ ପାଇଁ ବ୍ୟୟ ଅଟକଳ କରାଯାଇ ବିଭାଗୀୟ ଅଧିକାରୀ ଙ୍କ ପାଖକୁ ପଠାଯିବ । ଅର୍ଥ ବ୍ୟୟବରାଦ ହେଲେ କାର୍ଯ୍ୟ ଅରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.