ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି ପାଇ ଦୀର୍ଘଦିନ କାର୍ଯ୍ୟ କରିଆସୁଥିବା ଜଣେ ଗରିବ ମହିଳାଙ୍କୁ ତଂଚକତା ଭାବେ କେତେକ ନ୍ୟସ୍ତସ୍ୱାର୍ଥ ସଂପନ୍ନ କୁଚକ୍ରୀ ରାଜନୈତିକ ଗୋଷ୍ଠୀ କାର୍ଯ୍ୟରୁ ଅନ୍ତର କରିବା ନେଇ କରିଥିବା ଷଡଯନ୍ତ୍ର ବିରୁଦ୍ଧରେ ସଂପୃକ୍ତ ମହିଳା ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ ଓ ଉପଜିଲାପାଳ ସୌରଭ ଚକ୍ରବର୍ତୀଙ୍କୁ ଭେଟି ନ୍ୟାୟଭିକ୍ଷା କରିଛନ୍ତି। ଏବଂ ସେ ଉପଯୁକ୍ତ ନ୍ୟାୟ ନପାଇଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଗଣମାଧ୍ୟମରେ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ବେଲଦା ଗ୍ରାମନିବାସୀ ରମାକାନ୍ତ ରଣାଙ୍କ କନ୍ୟା ରଶ୍ମିତା ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ସେ ଜଣେ ଗରିବ ଶ୍ରେଣୀର ମହିଳା ଥାଇ ଭଦ୍ରକ ଆଇସିଡିଏସ୍ ପ୍ରୋଜେକ୍ଟର ସମସ୍ତ ନୀତି ଓ ନିୟମ ମୂଳେ ବେଲଦା ଅଙ୍ଗନୱାଡି ସେଂଟରରେ ଜଣେ କର୍ମୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ। ଏବଂ ତାଙ୍କୁ ସରକାରୀ ଅଧିକାରୀ ଉପଯୁକ୍ତ ଚୟନ ଜରିଆରେ ନିଯୁକ୍ତି କରିଥିଲେ ମଧ୍ୟ ଏବେ କେତେକ ରାଜନୈତିକ କୁଚକ୍ରୀ ଗୋଷ୍ଠୀଙ୍କ ପ୍ରରୋଚନାରେ ଅନ୍ୟ ପଂଚାୟତର ଆଲୋକ ମାଝୀଙ୍କ ପତ୍ନୀ ସଂଜିତା ସାହାଜୀ ଉଚ୍ଚ ନ୍ୟାୟାଳୟରେ ମିଥ୍ୟା ଛାଡପତ୍ର ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜରିଆରେ ତାଙ୍କୁ ଅନ୍ତର କରିବା ପାଇଁ ବିଭାଗୀୟ ଅଧିକାରିଣୀଙ୍କ ମାଧ୍ୟମରେ ଏକ ପତ୍ର ଦେଇଥିଲେ। ଏହି ଆଦେଶ ପାଇ ସେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହେବାପରେ ତାଙ୍କର ଅପିଲ ନଂ ଡବ୍ଲ୍ୟୁ.ପି.(ସି) ନଂ ୨୯୭୫୩/୨୪ ମୂଳେ ଅଦାଲତ ତାଙ୍କ ଆବେଦନକୁ ବିଚାର କରି ଉକ୍ତ ନିଯୁକ୍ତିରେ ରହିତାଦେଶ ଜାରି କରିଛନ୍ତି। ଏବଂ ଏହାର ଶୁଣାଣି ଆସନ୍ତା ଅପ୍ରେଲ ମାସ ୨୯ ତାରିଖ ରହିଥିବାବେଳେ ସେପର୍ଯ୍ୟନ୍ତ ସଂଜିତା ସାହାଜୀଙ୍କୁ ନିଯୁକ୍ତି ନଦେବାର ଆଦେଶ ଦେଇଛନ୍ତି। କିନ୍ତୁ ସିଡିପିଓ ମାନ୍ୟବର ଅଦାଲତଙ୍କ ସମସ୍ତ ନିର୍ଦ୍ଦେଶକୁ ଅବମାନନା କରି ସଂପୃକ୍ତ ମହିଳାଙ୍କୁ ନିଯୁକ୍ତି ଦେବା ନେଇ ପ୍ରୟାସ ଜାରି ରଖିଥିବାରୁ ସେ ଜିଲାପାଳଙ୍କ ନିକଟରେ ନ୍ୟାୟଭିକ୍ଷା କରିଥିଲେ। ଫଳରେ ଜିଲାପାଳ ଶ୍ରୀ ରାଉତରାୟ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ପାଇଁ ଉପଜିଲାପାଳ ଶ୍ରୀ ଚକ୍ରବର୍ତୀଙ୍କୁ ଦାୟିତ୍ୱ ଦେବାପରେ ସେ ସମସ୍ତ ବିଷୟରେ ପୁଙ୍ଖାନୁପଙ୍ଖ ଯାଂଚ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି।
Home ଜିଲ୍ଲା ପରିକ୍ରମା ଉପଯୁକ୍ତ ଚୟନ ମୂଳେ ନିଯୁକ୍ତି ପାଇଥିବା ଅଙ୍ଗନୱାଡି କର୍ମୀଙ୍କୁ ଚକ୍ରାନ୍ତପୂର୍ଣ୍ଣ ଭାବେ ଅନ୍ତର ପ୍ରୟାସ, ଉଚ୍ଚ...